ଅନଲାଇନରେ ସଂପର୍କ: ଘରୁ ଆସି ବାଇକ-ମୋବାଇଲ ନେଇ ଫେରାର ହେଲା ବନ୍ଧୁ

ଆଠଗଡ: ଆଜିକାଲିର ଇଣ୍ଟରନେଟ ଯୁଗରେ ସମ୍ପର୍କ ଯୋଡିବା ଏକ ସହଜ ବ୍ୟାପର ହୋଇପଡିଲାଣି। ସମ୍ପର୍କ ଯୋଡିବା ପୂର୍ବରୁ ସମସ୍ତ ତଥ୍ୟ ନ ଜାଣି ଆଗକୁ ବଢିଲେ ବିପଦରେ ପଡିବାକୁ ଏଡାଇ ଦିଆଯାଇ ନ ପାରେ। ଏଭଳି ଏକ ଘଟଣା ଘଟିଛି ଆଠଗଡ ଥାନା ଅନ୍ତର୍ଗତ ହଂସଭୂଇ ଗ୍ରାମରେ। ଘଟଣାରୁ ପ୍ରକାଶ ଯେ, ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ପଞ୍ଜାୟତର ହଂସଭୂଇ ଗ୍ରାମର ମାନସ ଓଝାଙ୍କ ସହ ଅନଲାଇନ ସମ୍ପର୍କରେ ଯୋଡି ହୋଇଥିଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ କୁଟିବାଡି ଗ୍ରାମର ନିକୁ ଗୌଡ। ଅନଲାଇନ ସମ୍ପର୍କରେ ବୃଦ୍ଧି ପରେ ଗତ ୪ ତାରିଖ ଦିନ ନିକୁ ହଂସଭୂଇ ଗ୍ରାମକୁ ଆସିଥିଲା। ସେଠାରେ ସମସ୍ତଙ୍କୁ ସମ୍ପର୍କର ଡୋରିରେ ବାନ୍ଧି ଥିଲା। ରାତିରେ ଘରେ ରହିଥିଲା। ମାତ୍ର ତା’ ପରଦିନ ସକାଳୁ ଉଠିବା ବେଳକୁ ନିକୁ ଫେରାର ହୋଇଯାଇଥିଲା।

ବାଇକ (୦ଊ ୦୫ ଇଠ ୧୬୭୬) ସହ ସାମସଙ୍ଗର ମୋବାଇଲ ଓ ନଗଦ ୧୦ ହଜାର ଟଙ୍କା ନେଇ ଫେରାର ହୋଇଥିଲା। ଘଟଣା ସମ୍ପର୍କରେ ମାନସଙ୍କ ପିତା ପବିତ୍ର ଓଝା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଠଗଡ ଥାନା କେଶ ନମ୍ବର ୧୫୦/୨୧। ଅଭିଯୋଗ ପରେ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡାଙ୍କ ତତ୍ତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଶିବପ୍ରସାଦ ବେହେରା ତ୍ବରିତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତକୁ ଆସ୍କା ଥାନା ଅନ୍ତର୍ଗତ କୁଟିବାଡିରୁ ଅଭିଯୁକ୍ତଙ୍କ ସହ ବାଇକ ଜବତ କରି ଆଠଗଡ ଥାନାକୁ ଆଣିଛନ୍ତି।

ସମ୍ବନ୍ଧିତ ଖବର