ମା’ ସମ୍ବଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଲା ପ୍ରେମପତ୍ର

ସମ୍ବଲପୁର: ସମ୍ବଲପୁରର ଇଷ୍ଟ ଦେବୀ ହେଉଛନ୍ତି ମା’ ସମ୍ବଲେଶ୍ୱରୀ। ପ୍ରତିଦିନ ମା’ ସମ୍ବଲେଶ୍ୱରୀଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ମନ୍ଦିରରେ ଲାଗି ରହିଥାଏ। ତେବେ ଭକ୍ତମାନେ ମା’ଙ୍କ ଦର୍ଶନ ପରେ ମନ୍ଦିର ପରିସରରେ ଥିବା ହୁଣ୍ଡିରେ କିଛି ଟଙ୍କା ଓ ପଇସା ଦାନ କରି ଯାଇଥାଆନ୍ତି।

ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ଟଙ୍କା ପଇସାକୁ ଗଣିବା ପାଇଁ ମା’ ସମ୍ବଲେଶ୍ୱରୀଙ୍କ ହୁଣ୍ଡିକୁ ମଝିରେ ମଝିରେ ଖୋଲା ଯାଇଥାଏ। ଚଳିତଥର ବି ଭକ୍ତଙ୍କ ଦାନ ଟଙ୍କା ଓ ପଇସା ଗଣତି ପାଇଁ ହୁଣ୍ଡି ଖୋଲାଯାଇଛି। କିନ୍ତୁ ଏଥରକ ଟଙ୍କା ଗଣତି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ହୁଣ୍ଡି ଖୋଲାଯିବା ପରେ ସେଥିରୁ ଟଙ୍କା ଓ ପଇସା ସହିତ ଦୁଇଟି ହାତଲେଖା ଚିଠି ମିଳିଛି। ଯାହାକି ଏବେ ଚର୍ଚ୍ଚାର ପରିସରରେ ରହିଛି।

ହୁଣ୍ଡିରୁ ମିଳିଥିଲା ଗୋଟିଏ ଚିଠି ଜଣେ ପ୍ରେମିକା ତାର ପ୍ରେମିକକୁ ପାଇବା ଆଶାରେ ମା’ ସମ୍ବଲେଶ୍ୱରୀଙ୍କୁ ଚିଠି ଲେଖିଥିବା ବେଳେ ଅନ୍ୟ ଏକ ଚିଠିରେ କେହିଜଣେ ତାଙ୍କ ଅଟକି ଥିବା ଟଙ୍କା ଶୀଘ୍ର ଫେରି ଆସୁ ବୋଲି ଲେଖି ମା’ଙ୍କୁ ତାଙ୍କ ଦୁଃଖ ଜଣାଇଛନ୍ତି।

ପ୍ରେମ ଚିଠିରେ ପ୍ରେମିକା ମା’ ସମ୍ବଲେଶ୍ୱରୀ ଭରସାରେ ଲେଖିଛନ୍ତି, ସଞ୍ଜୀବ ଓ ମୋର ସମ୍ପର୍କକୁ ନେଇ କେବେ କିଛି ଭୁଲ ବୁଝାମଣା ନହେଉ। ଅତିଶୀଘ୍ର ସବୁ ସମସ୍ୟା ସୁଧୁରି ଯାଉ। ଆମେ ଦୁଇଜଣଙ୍କର ଯେମିତି ହେଲେ ବି ବାହଘର ହୋଇଯାଉ।’

ସେହିପରି ଦ୍ୱିତୀୟଙ୍କ ଚିଠିରେ ଲେଖାଥିଲା, ‘ଏ ସାମ ଶେଷ ସୁଦ୍ଧା ଅଟକି ରହିଥିବା ସବୁ ଟଙ୍କା ମୋ ପାଖକୁ ଚାଲିଆସୁ। ମା’ ତୁମ ପାଖରେ ମୁଁ ଆଭାରି ରହିବି।’

ସମ୍ବନ୍ଧିତ ଖବର