ମନ୍ତ୍ରୀଙ୍କ ଗ୍ରହଶାନ୍ତି ପୂଜା : ପତ୍ନୀଙ୍କ ସହ ନବଗ୍ରହ ଶାନ୍ତି ପୂଜା କରାଇଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି

ଭୁବନେଶ୍ୱର : ସଚିବାଳୟରେ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ମନ୍ତ୍ରୀଙ୍କ ଚ୍ୟାମ୍ବର । ହୋମଯଜ୍ଞ କରି ପୂଜାପାଠ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ସେ ସଚିବାଳୟରେ ଗ୍ରହଶାନ୍ତି ପୂଜା କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ପତ୍ନୀଙ୍କ ସହ ସଚିବାଳୟରେ ନିଜ ବିଭାଗ କାର୍ଯ୍ୟାଳୟ ପରିସରରେ ପୂଜା ପାଠ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ପୂଜାରେ ଖୋଦ୍‌ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ତାଙ୍କ ପତ୍ନୀ ବସିଥିବା ଦେଖାଯାଇଛି ।

odishanewsinsight.com

କାର୍ଯ୍ୟରେ ସାମିଲ ହେବା ପୂର୍ବରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଏହି ୨ମନ୍ତ୍ରୀ ଗୃହ ଭିତରକୁ ପ୍ରବେଶ କରିଛନ୍ତି । ଗତ ୨୯ତାରିଖରେ ମନ୍ତ୍ରୀମାନେ ଶପଥ ନେଇଥିଲେ । କିନ୍ତୁ ଚ୍ୟାମ୍ବର ମିଳିବାରେ କିଛିଟା ବିଳମ୍ବ ହୋଇଥିଲା । ତେବେ ହିନ୍ଦୁ ପରମ୍ପରା ଓ ରୀତିନୀତି ଅନୁସାରେ ଗୃହ ପ୍ରବେଶ ପୂର୍ବରୁ ପୂଜାର୍ଚ୍ଚନା କରିଥିବା ଚିତ୍ର ସାମ୍ନାକୁ ଆସିଛି । ପୂର୍ବରୁ ମଧ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ନିଜ ଚ୍ୟାମ୍ବରରେ ପୂଜାପାଠ କରି ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର