ଜଙ୍ଗଲରୁ ନରକଙ୍କାଳ ଜବତ

ଗୋପ : ଆଜି ସକାଳୁ ଗୋପ ଥାନା ଅଧୀନ ଡଭର ପଞ୍ଚାୟତସ୍ଥିତ ଇଟାକୁଦ ଗାଁ’ ପାଖ ମୁଗେଇ ନଦୀପଠା ଜଙ୍ଗଲରୁ ଗୋପ ପୁଲିସ ଏକ ନରକଙ୍କାଳ ଜବତ କରିଛି। ଏ ନେଇ ଗୋପ ପୁଲିସ ପକ୍ଷରୁ ୦୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। କଙ୍କାଳଟି ଦୁଇରୁ ତିନି ସପ୍ତାହ ତଳର ହୋଇଥିବା ଜଣାପଡ଼ୁଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର