କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା, ସୋନାଲ ମାନସି˚ଙ୍କୁ ଏକାଡେମି ରତ୍ନ
ଓଡ଼ିଶୀ ପାଇଁ ସୁରୁପା ସେନ ଓ ଛଉ ପାଇଁ ତପନ ପଟ୍ଟନାୟକ ପୁରସ୍କୃତ ହେବେ
ନୂଆଦିଲ୍ଲୀ: ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସି˚ କେନ୍ଦ୍ର ସଂଗୀତ ନାଟକ ଏକାଡେମିର ଫେଲୋ ବା ଏକାଡେମି ରତ୍ନ ସମ୍ମାନରେ ଭୂଷିତ ହେବେ। ତାଙ୍କ ସହିତ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ, ଆସାମର ସ୍ବନାମଧନ୍ୟ ଶାତ୍ରୀୟ ନୃତ୍ୟଗୁରୁ ଯତୀନ ଗୋସ୍ବାମୀ ଏବଂ ତାମିଲନାଡ଼ୁର ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଗୁରୁ କେ.କଲ୍ୟାଣସୁନ୍ଦରମ ପିଲ୍ଲାଇ ମଧ୍ୟ ଏହି ସମ୍ମାନ ପାଇବାକୁ ନିର୍ବିବାଦୀୟ ଭାବେ ମନୋନୀତ ହୋଇଛନ୍ତି। ଗତ ଜୁନ୍ ୨୬ ତାରିଖରେ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ବାରା ଆସାମର ଗୌହାଟୀଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର
ଏହା ବ୍ୟତୀତ ନୃତ୍ୟ କ୍ଷେତ୍ରରେ ଓଡ଼ିଶୀ ପାଇଁ ଓଡ଼ିଶାର ସୁରୁପା ସେନ ଓ ଛଉରେ ତପନ କୁମାର ପଟ୍ଟନାୟକଙ୍କୁ ୨୦୧୮ ବର୍ଷର ସଂଗୀତ ନାଟକ ଏକାଡେମି ପୁରସ୍କାର ପାଇଁ ଚୟନ କରାଯାଇଛି। ସେହିପରି ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି ା ବାଦ୍ୟ, ସ˚ଗୀତ, ନୃତ୍ୟ, ଥିଏଟର, ପାରମ୍ପରିକ ଲୋକକଳା, ବିଭିନ୍ନ ଜନଜାତିର ବାଦ୍ୟ, ନୃତ୍ୟ, ଥିଏଟର ଆଦି କ୍ଷେତ୍ରରେ ଅବଦାନ ପାଇଁ ମୋଟ ୪୪ ଜଣ କଳାକାରଙ୍କୁ ୨୦୧୮ ପାଇଁ ସ˚ଗୀତ ନାଟକ ଏକାଡେମି ପୁରସ୍କାର ପାଇଁ ନିର୍ବାଚିତ କରାଯାଇଛି। ଏହି ୪୪ଟି ପୁରସ୍କାର ମଧ୍ୟରେ ରହିଛି ୩ଟି ଯୁଗ୍ମ ପୁରସ୍କାର। ଏଥିସହିତ ୩୨ଜଣ କଳାକାରଙ୍କୁ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି। ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ବାରା ଏହି ପୁରସ୍କାର ପ୍ରଦାନ କରାଯିବ। ଏକାଡେମି ଫେଲୋ ସମ୍ମାନରେ ୩ ଲକ୍ଷ ଏବ˚ ଏକାଡେମି ପୁରସ୍କାରରେ ୧ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ସହ ତାମ୍ରପତ୍ର ଏବ˚ ଅଙ୍ଗବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥାଏ। ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥାଏ ା