ବଟି ନ ଦେବାରୁ ଆକ୍ରମଣ: ଗେଲ କମ୍ପାନି କର୍ମଚାରୀ ଗୁରୁତର

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ରେଲଓ୍ଵେ କଲୋନୀ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଆହତ ବ୍ୟକ୍ତି ହେଲେ ଗେଲ୍ ଇଣ୍ଡିଆ ଗ୍ୟାସ୍ କମ୍ପାନିର ସାଇଡ୍ ସୁପରଭାଇଜର ଆର.ପି ସିଂ | ଉକ୍ତ କର୍ମଚାରୀଙ୍କ ଦେହରେ ୫୦ରୁ ଉର୍ଦ୍ଧ୍ବ ସ୍ଥାନରେ ଛୁରି ଓ ବିଅର ବୋତଲରେ ଆକ୍ରମଣ ହୋଇଥିବାର ଜଣାପଡିଥିବାବେଳେ ପଛପଟ ବେକରେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଛି।ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି |

ଏନେଇ ଲକ୍ଷ୍ମୀପୁର ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ୍ କହିଥିବା ବେଳେ ଦିନଦ୍ଵିପ୍ରହରରେ ବିଚ୍ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୁଲିସ ଅବଗତ ଥାଇ ମଧ୍ୟ ନିଜ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଗୁରୁତରଙ୍କ ଲିଖିତ ଅଭିଯୋଗକୁ ଜଗି ବସିଛି। ପ୍ରକାଶ ଥାଉକି ଏହା ପୁର୍ବରୁ ତିନିଥର ଲକ୍ଷ୍ମୀପୁର ଓ କାକିରିଗୁମା ଥାନାରେ ଦାଦା ବଟି ମଗାଯାଉଥିବା ଅଭିଯୋଗ ହୋଇଥିଲାବେଳେ ପୁଲିସ ସେତେଟା ଗୁରୁତର ସହ ନେଇ ନଥିବାରୁ ଆଜି ଏହି ଭଳି ଏକ ବଡଧରଣର ଘଟଣା ଘଟିଯାଇଛି |

ସମ୍ବନ୍ଧିତ ଖବର