ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ କମିସନର

କଟକ: ଦିନିକିଆ ଗସ୍ତରେ କଟକ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସେନେଇ ଚଳଚଞ୍ଚଳ ହୋଇ ଉଠିଛି କଟକସହର | ତେବେ ଏନେଇ ଆଜି ରାଷ୍ଟ୍ରପତିଙ୍କ ଗସ୍ତକୁ କିଭଳି ସୁରୁଖୁରୁରେ ସଫଳ କରାଯାଇ ପାରିବ ସେନେଇ କମିସନରେଟ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି | ଆସନ୍ତା ୨୬ ତାରିଖରେ ମହାମହିମ ଆସୁଥିବା ବେଳେ କାରକେଡ଼ ରିହଲସଲ ହୋଇଯାଇଛି ।

ମହାମହିମ ରାଷ୍ଟ୍ରପତିଙ୍କର କଟକରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଥିବାବେଳେ ରାସ୍ତାଘାଟରେ ବ୍ୟାରିକେଡ଼ ବ୍ୟବସ୍ଥା ସାଙ୍ଗକୁ ବହୁ ସଂଖ୍ୟାରେ ପୁଲିସ ବାହିନୀ ମୁତୟନ ସାଙ୍ଗକୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର | ସେଭଳି ମହାମହିମ କଟକ ଚଣ୍ଡୀଙ୍କୁ ଦର୍ଶନ କରିବାକୁ ଥିବା ବେଳେ ସେଥିପାଇଁ କଟକ ଚଣ୍ଡୀ ମନ୍ଦିରରେ ବ୍ୟାପକ ବନ୍ଦବୋସ୍ତ କରାଯାଇଛି |

 

ସମ୍ବନ୍ଧିତ ଖବର