ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୫୬ କରୋନା ସଂକ୍ରମିତ ଚିହ୍ନଟ, ୩ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୫୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୭ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୮୬୧ ଛୁଇଁଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୦ ହଜାର ୯୧୭ ଜଣ ଓ ସକ୍ରିୟ ରହିଛନ୍ତି ୩୦୨୯ ଜଣ। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୬ ଜଣ, ବରଗଡ଼ରୁ ୧୭ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରରୁ ୧୦ ଜଣ, କଟକରୁ ୧୯ ଜଣ, ଢେଙ୍କାନାଳରୁ ଜଣେ,ଗଜପତିରୁ ୨ଜଣ, ଗଞ୍ଜାମରୁ ୪ ଜଣ, ଜଗତ୍ସିଂହପୁରରୁ ୧୩ ଜଣ, ଯାଜପୁରରୁ ୯ଜଣ, ଝାରସୁଗୁଡ଼ାରୁ ୬ଜଣ, କଳାହାଣ୍ଡିରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୯ ଜଣ, କେନ୍ଦୁଝରରୁ ୬ ଜଣ, ଖୋର୍ଦ୍ଧାରୁ ୪୧ ଜଣ, ମୟୂରଭଞ୍ଜରୁ ୨୯ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୧୮ଜଣ, ପୁରୀରୁ ୨୦ଜଣ, ସମ୍ବଲପୁରରୁ ୨୫ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୩୫ ଜଣ ଓ ଷ୍ଟେଟ୍ ପୁଲରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। ଏଣେ କରୋନାରେ ପୁଣି ୩ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର