ଦିନକରେ ଦୁଇ ଯୁବକଙ୍କ ଆତ୍ମହତ୍ୟା

ବେଦବ୍ୟାସ: ବେକରେ ଫାଶୀ ଲଗାଇ ଜଣେଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ବିହାରର ମୂଳ ବାସିନ୍ଦା ତଥା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦାଣ୍ଡିଆପାଲୀରେ ଏକ ଭଡ଼ା ଘରେ ରହୁଥିବା କାହ୍ନୁ ମିସ୍ତ୍ରୀ (୨୮)। କାହ୍ନୁ କଳୁଙ୍ଗା ଅଞ୍ଚଳରେ କାମ କରୁଥିବାବେଳେ ପରିବାର ସହ ଦାଣ୍ଡିଆପାଲୀରେ ଭଡ଼ା ଘରେ ରହୁଥିଲେ। ‌ଗତକାଲି ସନ୍ଧା ସମୟ। ଘରେ କେହି ନ ଥିବାବେଳେ ବେଡ୍‌ରୁମ୍‌ରେ ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସେହିଭଳି କାଂଶବହଲ ଫାଣ୍ଡି ଅନ୍ତର୍ଗତ ନିଉ କଲୋନୀରେ ରହୁଥିବା ଟୋଲଗେଟ୍‌ କର୍ମଚାରୀ ବିଶ୍ବଜିତ ସାହୁ(୨୪) ଆତ୍ମହତ୍ୟା କରିଛନ୍ତି। ଭଦ୍ରକ ଜିଲ୍ଲା ବୈଜୟନ୍ତପୁର ଗ୍ରାମର ବିଶ୍ଵଜିତ ସାହୁ (୨୪) ବରପାଲି ସ୍ଥିତ ଟୋଲ୍‌ ଗେଟରେ କାର୍ଯ୍ୟରତ ଥିଲେ। ସେ ଗତକାଲି କାର୍ଯ୍ୟରୁ ଫେରି ରାତ୍ରୀ ଭୋଜନପରେ ନିଉ କଲୋନୀସ୍ଥ କ୍ୱାଟର ନଂ ୭/୧୭କୁ ଶୋଇବାକୁ ଯାଇଥିଲେ। ଆଜି ସକାଳେ ଡ୍ୟୁଟି ପାଇଁ ଘରୁ ନ ବାହାରିବାରୁ ଜଣେ ସହକର୍ମୀଙ୍କ ସନ୍ଦେହ ଜାତ ହୋଇଥିଲା। ଡାକିଥିଲେ ମଧ୍ୟ କୌଣସି ଜବାବ ନ ଦେବା କିମ୍ବାର ଗେଟ୍‌ ଭିତର ପଟୁ ବନ୍ଦ ଥିବାରୁ ସନ୍ଦେହକରି ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଖୋଲିବା ପରେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲା। ପୁଲିସ ଏକ ଅପମୃତ ମାମଲା ରୁଜୁ କରି ଶବକୁ ରାଜଗାଙ୍ଗପୁର ଚିକିତ୍ସାଳୟ ମର୍ଗ ହାଉସ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର