ସ୍ୱର୍ଗତ ସ୍ୱାମୀ ପରମପ୍ରିୟାନନ୍ଦ ସରସ୍ୱତୀଙ୍କ ଷଡୋଶୀ ପାଳିତ

ଜୟପୁର: ସ୍ଥାନୀୟ ଦିବ୍ୟ ଜୀବନ ସଂଘ ଶାଖା ଆନୁକୂଲ୍ୟରେ ସମାଧିପ୍ରାପ୍ତ ବ୍ରହ୍ମଲୀନ ସ୍ୱାମୀ ପରମପ୍ରିୟାନନ୍ଦ ସରସ୍ୱତୀଙ୍କ ଷଡୋଶୀ ଉତ୍ସବ ପାଳନ କରାଯାଇଛି। ଏଥିରେ ଅବିଭକ୍ତ କୋରାପୁଟ ତଥା ରାଜ୍ୟର ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁମାନେ ସାମିଲ ଥିଲେ। ଶାଖା ସଭାପତି ରବି ଶଙ୍କର ଷଡଙ୍ଗୀଙ୍କ ଆହ୍ୱାନ କ୍ରମେ ହରିହାଟ (ଗୀତା, ଭାଗବତ ପାଠ, ଭଜନ, କୀର୍ତ୍ତନ) ପରେ ପରେ ସ୍ୱାମୀ କୃଷ୍ଣପ୍ରେମାନନ୍ଦଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଷୋଡଶୀ ବିଧି ଦୃଷ୍ଟିରୁ ବିଭିନ୍ନ ସ୍ଥାନ ଏବଂ ସମ୍ପ୍ରଦାୟରୁ ଆସିଥିବା ଷୋହଳ ସନ୍ନ୍ୟାସୀ ଦିବଙ୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ରଠାପାଲ୍ଲି ସମାଧି ସ୍ଥଳରେ ପୂଜାର୍ଚ୍ଚନା ପରେ ସ୍ୱର୍ଗତ ସ୍ୱାମୀଜୀଙ୍କ ଗୁଣଗାନ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଭରତ ଚନ୍ଦ୍ର ନାଥ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଦ୍ୱାରା ପ୍ରଣୀତ ପରମପ୍ରିୟ ଅମୃତବାଣୀ, ସାଧନାମୃତ, ଜଗନ୍ନାଥଷ୍ଟକମ୍‌ର ଉନ୍ମୋଚିତ ହୋଇଥିଲା।

ପରେ ଜ୍ଞାନ ଯଜ୍ଞ ପ୍ରସାଦ ବଣ୍ଟନ କରାଯାଇଥିଲା । ଇନ୍ଦ୍ରାବତୀ ଶାଖାର କୃଷ୍ଣଚନ୍ଦ୍ର ଦାଶ ସ୍ୱାମୀଜୀଙ୍କ ସହ ନିଜସ୍ୱ ଅନୁଭୂତି ପ୍ରକାଶ କରିଥିଲେ। ମଞ୍ଜୁଲତା ପ୍ରଧାନଙ୍କ ଶ୍ରଦ୍ଧାଂଜଳି କବିତାକୁ ସୁଶ୍ରୀ ସୋନାଲୀ ପତି ପାଠ କରିଥିଲେ। କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘ, ନିରଞ୍ଜନ ଆଖଡା, ଆଦର୍ଶ ବିଦ୍ୟାପୀଠ, ଆନନ୍ଦ ଧାମ, ବିବେକ ଭାରତୀ, ଯୋଗ ବେଦାନ୍ତ ପରିଷଦ, କୈଳାସ ଆଶ୍ରମ, ଋଷିକେଶରୁ ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ, ଶାଶ୍ୱତାନନ୍ଦ, ଅଭେଦାନନ୍ଦ, ଦାମୋଦରା  ନନ୍ଦ, ପୁରୁଷୋତ୍ତମା ନନ୍ଦ, ଶୁଭାନନ୍ଦ, ଜଗନ୍ନାଥାନନ୍ଦ, ରାମେଶ୍ୱରା ନନ୍ଦ, ଓମାନନ୍ଦ, ହରିଶରଣାନନ୍ଦ, ଅଭୟାନନ୍ଦ, ଭୂମାନନ୍ଦ, ଜିଜ୍ଞାସା ନନ୍ଦ, ଶନିଷ୍ଠା ନନ୍ଦ, ବିଦ୍ୟା ନନ୍ଦ ଓ ରାମଶରଣାନନ୍ଦ ସାମିଲ ଥିଲେ।

ହରିହର କରସୁଧା ପଟ୍ଟନାୟକ ଅତିଥି ସନ୍ନ୍ୟାସୀଙ୍କ ପରିଚୟ ଦେଇଥିଲେ। ଉତ୍କଳ ମୀରା କମଳା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ  ଦିବ୍ୟଜୀବନ ସଂଘର ସଭ୍ୟ ଓ କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର