ନବୀନଙ୍କୁ ଭେଟିଲେ ତଥାଗତ

ଭୁବନେଶ୍ବର : ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ଆଉ ସକ୍ରିୟ ରାଜନୀତିରେ ରହିବେନି ବୋଲି ଗତକାଲି ଘୋଷଣା କରିଥିଲେ। ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ ଯେ ଆସନ୍ତା ନିର୍ବାଚନରେ ସେ ଲଢ଼ିବେ ନାହିଁ ବୋଲି ଗତକାଲି ତଥାଗତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ସେ ତାଙ୍କ ପୁରୁଣା ବୃ୍ତ୍ତିକୁ ‌େଫରି ନିରପେକ୍ଷ ଭାବେ ସାମ୍ବାଦିକତାକୁ ଗୁରୁତ୍ବ ଦେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର