୨୪ରେ ଟିକରପଡ଼ା ଆସୁଛନ୍ତି ୫୦ ଜଣିଆ ଟିମ୍‌, ସାତକୋଶିଆ ଗଣ୍ଡ ପରଖିବେ

ବନ୍ତଳା : ମହାନଦୀ ଜଳ ବିବାଦ ଲାଗି ଗଠିତ ଟ୍ରିବ୍ୟୁନାଲ୍‌ ସାତକୋଶିଆ ଗଣ୍ଡ ପରଖିବେ।

ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ ସମେତ ଛତିଶଗଡ଼ର ପଦାଧିକାରୀଙ୍କୁ ମିଶାଇ ପ୍ରାୟ ୫୦ଜଣ ପଦାଧିକାରୀ ଆସନ୍ତା ୨୪ତାରିଖ ଦିନ ସ୍ଥାନୀୟ ଅଞ୍ଚଳ ବୁଲି ଦେଖିବେ। ଛତିଶଗଡ଼ ସରକାର ମହାନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ କରିବା ଦ୍ବାରା ସାତକୋଶିଆ ଗଣ୍ଡ କେମିତି ପ୍ରଭାବିତ ହୋଇଛି, ତାହା ବି ତନଖିବେ। ସେଥିପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ଟିକରପଡ଼ାରେ ପିଡବ୍ଲୁଡି ବିଭାଗ ପକ୍ଷରୁ ହେଲିପ୍ୟାଡ୍ ନିର୍ମାଣ ସରିଛି। ଟ୍ରିବ୍ୟୁନାଲ୍ ଟିମ୍‌ କେଉଁଆଡ଼େ ଯିବେ, କ’ଣ କଣ ସବୁ ଆଲୋଚନା ହେବ ତାହା ବି ଧାର୍ଯ୍ୟ କରାଯାଇ ସାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର