ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ

ଢେଙ୍କିକୋଟ : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ-ପାଟଣା ରାସ୍ତାର ତୋରାଣିପୋଖରୀ ହୁଡ଼ିଘାରି ବୁଲାଣି ନିକଟରେ ଆଜି ଅପରାହ୍‌ଣ ପ୍ରାୟ ୫ଟା ବେଳେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଘଟଗାଁ ଥାନା ବାଟହରିଚନ୍ଦନପୁର ଗ୍ରାମର ଦିଲୀପ କୁମାର ବେହେରା (୩୭)।

ଗୁରୁତର କୃଷ୍ଣଚନ୍ଦ୍ର ବେହେରା (୭୩) ଏବଂ ଆମ୍ବୁଆପଡ଼ାର ଚନ୍ଦୁ ନାଏକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀସେନ ବାଗ ଘଟଣାର ତଦନ୍ତ କରୁଛନ୍ତି। ସମ୍ପର୍କୀୟଙ୍କ ବାହାଘର ନିମନ୍ତ୍ରଣ ପତ୍ର ବାଣ୍ଟି କୃଷ୍ଣଚନ୍ଦ୍ର ଓ ତାଙ୍କ ପୁତୁରା ଦିଲୀପ ତୋରାଣିପୋଖରୀରୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର