ଟିକେଟ୍‌ ହ୍ୟାକ୍ ‌କରି ଯୁବକ ଜେଲ ଗଲା

ବ୍ୟାସନଗର : ଆଇଆରସିିଟିସି ତତ୍‌କାଳ ଟିକେଟ୍‌ ହ୍ୟାକ୍‌ କରି ଜଣେ ଯୁବକକୁ ଜେଲ ଯିବାକୁ ପଡ଼ିଛି। ରେଳବାଇ ପୁଲିସ ଦ୍ବାରା ଗିରଫ ହୋଇଥିବା ଏହି ଯୁବକ ବିଂଝାରପୁର ଥାନା ଅନ୍ତର୍ଗତ ସି˚ହପୁରର ବିଦ୍ୟାଧର ସାହୁଙ୍କ ପୁଅ ଅଜୟ(୨୯)। ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ଲାପଟପ୍‌, ମୋବାଇଲ ଓ ଟିକେଟ୍‌କୁ ଆରପିଏଫ୍‌ ଜବତ କରିଛି। କେସ୍‌ ନମ୍ବର ୬୦/୨୧ରେ ଅଜୟକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି।

କେତେକ ସାଇବର କେଫ୍‌ରେ ବେଆଇନ ଭାବେ ରେଳ ଟିକେଟ୍‌ ବିକ୍ରି ହେଉଥିବା ଅଭିଯୋଗ ଆସିବା ପରେ ଆରପିଏଫ ଆଇଆଇସି ରମାକାନ୍ତ ବାରିକ, ଏସଆଇ ସହଦେବ ବେହେରା, କନେଷ୍ଟବଳ ମୁକେଶ କୁମାର, ଏନ. ଆର. ଧଳ ପ୍ରମୁଖ ସି˚ହପୁରର ଶ୍ରଦ୍ଧା ଟେକ୍‌ନୋ ସାଇବର କେଫ୍‌ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଅଜୟ ଆଇଆରସିଟିସି କୋର୍ଡରେ ତତ୍‌କାଳ ଟିକେଟ୍‌ ଗ୍ରାହକଙ୍କୁ ବିକ୍ରି କରୁଥିବା ପ୍ରମାଣ ପାଇବା ପରେ ତାକୁ ଗିରଫ କରାଯାଇଥିଲା। ଏହି ଘଟଣା ପରେ ବେଆଇନ ଭାବେ ରେଳ ଟିକେଟ୍‌ ବିକ୍ରି କରୁଥିବା ସ˚ସ୍ଥା ଗୁଡ଼ିକ ଭିତରେ ଛନକା ପଶିଯାଇଛି।

ସମ୍ବନ୍ଧିତ ଖବର