ଏଥର ନିର୍ବାଚନରେ ଆପ୍‌ର ନେତୃତ୍ବ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନୀତା

ନୂଆଦିଲ୍ଲୀ: ଜେଲ୍‌ରେ ଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନୀତ‌ାଙ୍କୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ମିଳିଛି ବଡ଼ ଦାୟିତ୍ବ। ଗତ ମାସରେ ଇଣ୍ଡିଆ ବ୍ଲକ୍ ରାଲିରେ ଆଖିଦୃଶିଆ ଭାଷଣ ଦେଇ ରାଜନୈତିକ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ବର୍ତ୍ତମାନ ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ନେତୃତ୍ୱ ନେବେ। ।
ଆପ୍‌ର ପୂର୍ବ ଦିଲ୍ଲୀ ପ୍ରାର୍ଥୀ କୂଲଦୀପ କୁମାରଙ୍କ ସମର୍ଥନରେ ସୁନୀତା କେଜ୍ରିୱାଲ ଆଜି ଜାତୀୟ ରାଜଧାନୀରେ ଏକ ମେଗା ରୋଡ୍ ସୋ କରିବେ।

“ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ତାଙ୍କ ପାଇଁ ଆଶୀର୍ବାଦ ପାଇବା ଏବଂ ଆପ୍‌ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ପାଇଁ ପ୍ରଚାର କରିବେ। ସେ ଦିଲ୍ଲୀ, ପଞ୍ଜାବ, ଗୁଜୁରାଟ ଏବଂ ହରିଆଣାର ଲୋକଙ୍କଠାରୁ ଆଶୀର୍ବାଦ ଲୋଡିବେ” ବୋଲି ଗତକାଲି ଆପ୍‌ ନେତ୍ରୀ ଅତିଶୀ ଘୋଷଣା କରିଥିଲେ।

ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ଦ୍ୱାରା ଖୁବ୍ ଗେଜାର୍‌ରେ ପ୍ରଭାବିତ ହୋଇଥିବା ଆପ୍‌ର ପ୍ରଚାରକୁ ବୃଦ୍ଧି କରିବା ପାଇଁ ଶ୍ରୀମତୀ କେଜ୍ରିୱାଲ ଧୀରେ ଧୀରେ ଦଳରେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଦଳ ସୂତ୍ରରୁ ପ୍ରକାଶ ପାଇଛି।

ଆପ୍‌ ମନ୍ତ୍ରୀ ‌‌ସୌରଭ ଭରଦ୍ୱାଜ କହିଛନ୍ତି ଯେ ଏଭଳି ସ୍ଥିତିରେ ଦଳକୁ ଏକାଠି ରଖିବା ପାଇଁ ଶ୍ରୀମତୀ କେଜ୍ରିୱାଲ ହେଉଛନ୍ତି ସର୍ବୋତ୍ତମ ବ୍ୟକ୍ତି ଏବଂ ଦଳର କର୍ମୀଙ୍କ ଉପରେ ତାଙ୍କର ଉପସ୍ଥିତି ଏକ ସକରାତ୍ମକ ପ୍ରଭାବ ପକାଇଛି।

ସମ୍ବନ୍ଧିତ ଖବର