ଏୟାରଟେଲ ଦେଲା ଅସୀମିତ ଇଣ୍ଟରନେଟ ଅଫର

ନୂଆଦିଲ୍ଲୀ: ଏୟାରଟେଲ ନିଜ ବ୍ୟବହାରକାରୀଙ୍କ ପାଇଁ ଏକ ଖାସ୍‌ ଅଫରର ଘୋଷଣା କରିଛି। ଏଣିକି ଏୟାରଟେଲ ନିଜ ବ୍ୟବହାରକାରୀଙ୍କ ପାଇଁ ଅସୀମିତ ଇଣ୍ଟରନେଟର ଅଫର ପ୍ରଦାନ କରିଛି। ଏହି ଅଫର କମ୍ପାନି ନିଜର ପ୍ରିପେଡ ବ୍ୟବହାରକାରୀଙ୍କୁ ଦେଇଛି। ଏଥିପାଇଁ କମ୍ପାନି କୌଣସି ଅତିରିକ୍ତ ଚାର୍ଜ ନେବ ନାହିଁ।

କମ୍ପାନି ମୁତାବକ, ପ୍ରତିଦିନ ଇଣ୍ଟରନେଟର ସ୍ପିଡ୍‌ ଯେତିକି ରହିବା କଥା ସେତିକି ଶେଷ ହୋଇଗଲେ ଇଣ୍ଟରନେଟ ବନ୍ଦ ହୋଇଯିବ ନାହିଁ। ସ୍ପିଡ୍‌ କମ୍‌ ହେଇ ୧୨୮କେବିପିଏସ୍‌ ହୋଇଯିବ। ଏହି ସୁବିଧା କମ୍ପାନି ୧୯୯ପ୍ଲାନ୍‌ କିମ୍ବା ତା’ଠାରୁ ଅଧିକ ପ୍ଲାନ୍‌ରେ ଉପଲବ୍ଧ କରାଇଛି। ତେବେ ଏହି କ୍ରମରେ ଜିଓ ବି ନିଜ ବ୍ୟବହାରକାରୀଙ୍କୁ ଅସୀମିତ ଇଣ୍ଟରନେଟର ସୁବିଧା ଦେଇଛି। ଜିଓର ସ୍ପିଡ୍‌ ଏୟାରଟେଲ ସ୍ପିଡ୍‌ଠାରୁ ଅଧା ରହିଛି। ଅର୍ଥାତ ଜିଓର ସ୍ପିଡ ୬୪କେବିପିଏସ୍‌ ରହିଛି।

ଏୟାରଟେଲ ୧୯୯ ପ୍ଲାନ୍‌: ଏହି ପ୍ଲାନ୍‌ରେ ବ୍ୟବହାରକାରୀ ପ୍ରତିଦିନ ୧.୪ଜିବି ହାଇ ସ୍ପିଡ୍‌ ଡାଟାର ବ୍ୟବହାର କରି ପାରିବେ। ଏତଦ୍‌ବ୍ୟତୀତ ଅସୀମିତ କଲିଙ୍ଗ ଓ ୧୦୦ଏସ୍‌ଏମ୍‌ଏସ୍‌ର ସୁବିଧା ବି ଦିଆଯାଇଛି। ଏଥିରେ ଏୟାରଟେଲ ଆପ୍‌ ଯେମିତି ଏୟାରଟେଲ ଟିଭି, ମ୍ୟୁଜିକ୍‌ ଆଦି ସବସ୍କ୍ରିପସନ୍‌ ମାଗଣା ଦିଆଯାଇଛି। ଏହାର ବୈଧତା ୨୮ଦିନ ରହିଛି।

ଏୟାରଟେଲ ୨୪୯ପ୍ଲାନ୍‌: ଏହି ପ୍ଲାନ୍‌ରେ ବ୍ୟବହାରକାରୀ ପ୍ରତିଦିନ ୨ଜିବି ହାଇସ୍ପିଡ୍‌ ଡାଟା ବ୍ୟବହାର କରି ପାରିବେ। ଏହାର ବୈଧତା ୨୮ଦିନ ରହିଛି। ଏଥିରେ ଏୟାରଟେଲ ଆପ୍‌ ଯେମିତି ଏୟାରଟେଲ ଟିଭି, ମ୍ୟୁଜିକ୍‌ ଆଦି ସବସ୍କ୍ରିପସନ୍‌ ମାଗଣା ଦିଆଯାଇଛି। ଏଥିସହିତ ଅସୀମିତ କଲିଙ୍ଗ, ୧୦୦ଏସ୍‌ଏମ୍‌ଏସ୍‌ର ସୁବିଧା ଓ ରୋମିଂରେ ଅସୀମିତ କଲିଂର ସୁବିଧା ବି ଦିଆଯାଇଛି।

ଏୟାରଟେଲ ୪୪୮ ପ୍ଲାନ୍‌: ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କ ପ୍ରତିଦିନ ବ୍ୟବହାର କରିବା ପାଇଁ ୧.୪ଜିବି ହାଇସ୍ପିଡ୍‌ ଡାଟା ଦିଆଯାଇଛି। ଏଥିରେ ଏୟାରଟେଲ ଆପ୍‌ ଯେମିତି ଏୟାରଟେଲ ଟିଭି, ମ୍ୟୁଜିକ୍‌ ଆଦି ସବସ୍କ୍ରିପସନ୍‌ ମାଗଣା ଦେବା ସହିତ ଗ୍ରାହକ ଅସୀମିତ କଲିଙ୍ଗ, ୧୦୦ଏସ୍‌ଏମ୍‌ଏସ୍‌ର ସୁବିଧା ଓ ରୋମିଂରେ ଅସୀମିତ କଲିଂର ଆଦି ଫାଇଦା ୮୨ଦିନ ପର୍ଯ୍ୟନ୍ତ ଉଠାଇ ପାରିବେ।

ସମ୍ବନ୍ଧିତ ଖବର