ନୂଆ ପରିସରରେ ଆହ୍ଲାବାଦ ବ୍ୟାଙ୍କର ବରମୁଣ୍ଡା ଶାଖା

ଭୁବନେଶ୍ୱର: ବରମୁଣ୍ଡା ରୁଚିକା ମାର୍କେଟ୍‌ ପରିସରରେ ଆହ୍ଲାବାଦ ବ୍ୟାଙ୍କ ଶାଖାକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ୍‌ କେ ସାହୁ ଉଦ୍‌ଘାଟନ କରିଛନ୍ତି। ଏହି ଶାଖାଟି ନୂତନ ପରିସରକୁ ସ୍ଥାନାନ୍ତରିତ ହୋଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ କେ ମୁରଲିକ୍ରିଷ୍ଣା, ସହାୟକ ମହାପ୍ରବନ୍ଧକ ପ୍ରଦୀପ କୁମାର ଦାସ, ବରମୁଣ୍ଡା ଶାଖାର ବରିଷ୍ଠ ପ୍ରବନ୍ଧକ ସମ୍ବିତ କୁମାର ରାଉତ ଓ ଗୁପ୍ତା ପାଓ୍ଵାର ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ର ପରିଚାଳନା ନିର୍ଦ୍ଦେଶକ ମହେନ୍ଦ୍ର ଗୁପ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର