ଜାନୁୟାରୀ ମାସରେ ୪ଜି ଡାଉନଲୋଡ ସ୍ପିଡ଼ରେ ଜିଓ ପୁଣି ଆଗରେ, ଅପଲୋଡରେ ଆଇଡ଼ିଆ: ଟ୍ରାଇ

ନୂଆଦିଲ୍ଲୀ :  ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ଜାନୁୟାରୀ ମାସ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ)ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେ ସେକେଣ୍ଡ ପ୍ରତି ହାରାହାରି ୧୮.୮ ମେଗାଵିଟ ସ୍ପିଡ଼ ସହିତ ପୁଣିଥରେ ପ୍ରଥମ ସ୍ଥାନରେ ରହିଛି । ଏହାଡିସେମ୍ବର ମାସରେ ଜିଓର ହାରାହାରି ଡାଉନଲୋଡ ସ୍ପିଡ଼ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପୂର୍ଣ ୨୦୧୮ ବର୍ଷରେ ସମସ୍ତ ୧୨ ମାସରେ ସର୍ବାଧିକ ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଜିଓ ଦ୍ରୁତତମ ୪ଜି ଇଣ୍ଟରନେଟ ସେବାପ୍ରଦାନକାରୀ କମ୍ପାନୀ ରହିଥିଲା । ଜାନୁୟାରୀ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ଡାଉନଲୋଡ ସ୍ପିଡ଼ରେ ଜିଓ ପରେ ଦ୍ଵିତୀୟ ସ୍ଥାନରେ ରହିଥିବା ଭାରତୀ ଏୟାରଟେଲ ସେକେଣ୍ଡ ପ୍ରତିହାରାହାରି ୯.୫ ମେଗାଵିଟ ସ୍ପିଡ଼ ହାସଲ କରଥିବାବେଳେ ଭୋଡାଫୋନର ସେକେଣ୍ଡ ପ୍ରତି ହରାହାରି ୬.୭ ମେଗାଵିଟ ଏବଂ ଆଇଡ଼ିଆ ୫.୫ ମେଗାଵିଟ ସ୍ପିଡ଼ ହାସଲ କରିଥିଲେ ।

ଉଲ୍ଲେଖଯୋଗ୍ୟଯେ ଭିଡ଼ିଓ ଦେଖିବା, ଇଣ୍ଟରନେଟ ବ୍ରାଉଜ଼ କରିବା, ଇ-ମେଲ ଆକ୍ସେସ ଇତ୍ୟାଦି ପାଇଁ ଡାଉନଲୋଡ ସ୍ପିଡ଼ ବେଶ ଗୁରୁତ୍ୱ ବହନ କରିଥାଏ । ତେବେ ଜାନୁୟାରୀ ମାସରେ ୪ଜି ଅପଲୋଡ ସ୍ପିଡ଼ରେ ଆଇଡ଼ିଆ ସେକେଣ୍ଡ ପ୍ରତି ୫.୮ ମେଗାଵିଟ ସ୍ପିଡ଼ ସହିତ ଆଗରେ ରହିଥିବାବେଳେ ଭୋଡାଫୋନର ସେକେଣ୍ଡ ପ୍ରତି ୫.୪ମେଗାଵିଟ ଓ ରିଲାଏନ୍ସ ଜିଓର ସେକେଣ୍ଡ ପ୍ରତି ୪.୪ ମେଗାଵିଟ ଅପଲୋଡ ସ୍ପିଡ଼ ରହିଥିଲା । ଏହି ଅବଧିରେ ଏୟାରଟେଲର ୪ଜି ଅପଲୋଡ ସ୍ପିଡ଼ ସାମାନ୍ୟ ହ୍ରାସ ପାଇଁସେକେଣ୍ଡ ପ୍ରତି ୩.୮ ମେଗାଵିଟ ରହିଥିଲା । ସୂଚନାଯୋଗ୍ୟ ଯେ ପ୍ରତି ମାସ ପାଇଁ ଏହି ହରାହାରି ସ୍ପିଡ଼ ଟ୍ରାଇ ଦ୍ୱାରା ବାସ୍ତବ ସମୟରେ ମାଇଁ ସ୍ପିଡ଼ ଆପ୍ସ ଜରିଆରେ ସଗୃହିତତଥ୍ୟ ଓ ପରିସଂଖ୍ୟାନର ଆକଳନ କରି ପ୍ରସ୍ତୁତ କରାଯାଉଛି ।

ସମ୍ବନ୍ଧିତ ଖବର