ପେଟ୍ରୋଲ ଦର ୧୪ରୁ ୧୮ ପଇସା ପର୍ଯ୍ୟନ୍ତ କମିଲା

0 178

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ଫଳରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଚାଲିଛି । ଗତ ମେ ୩୦ ରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଚାଲିଛି । ତେବେ ମଝିରେ କିଛି ଦିନ ବିରାମ ଦେବା ପରେ ଗତ ଦୁଇ ଦିନ ଧରି ତେଲ ଦର କମିବାରେ ଲାଗିଛି । ଇଣ୍ଡିଆନ ଅଏଲ ପକ୍ଷରୁ ଆଜି ପେଟ୍ରୋଲ ଦର ୧୪ରୁ ୧୮ ପଇସା ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୬.୦୨ ପଇସା, ମୁମ୍ବାଇରେ (୧୮ ପଇସା ହ୍ରାସ) ୮୩.୭୪ ପଇସାକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୪.୮୫ ଟଙ୍କାକୁ ହ୍ରାସ ପାଇଛି । ତେବେ ଆଜି ଡିଜେଲ ଦର ହ୍ରାସ କରାଯାଇନାହିଁ । ଗତ କାଲି ଇଣ୍ଡିଆନ ଅଏଲ ପେଟ୍ରୋଲ ଦର ଲିଟର ପିଛା ୧୧ ପଇସା ଓ ଡିଜେଲ ୧୦ ପଇସା ହ୍ରାସ କରିଥିଲା ।
ଗତ ପ୍ରାୟ ମାସେ ହେବ ବିଶ୍ୱ ବଜାରରେ ତେଲ ଦର କମିବାରେ ଲାଗିଛି । ଓପେକ ଦେଶମାନଙ୍କ ଦ୍ୱାରା ଅତିରିକ୍ତ ଦୈନିକ ୧୦ ଲକ୍ଷ ବ୍ୟାରେଲ ବ୍ୟାରେଲ ବୃଦ୍ଧି ପାଇଁ ଆଶା ଉଜ୍ଜଳ ହୋଇଥିବାରୁ ଆଗାମୀ ଦିନରେ ଅଶୋଧିତ ତେଲ ଦର ଆହୁରି କମିବା ଆଶା କରାଯାଉଛି । ଏବେ ବ୍ରେଣ୍ଟ କ୍ରୁଡ ଅଏଲର ମୂଲ୍ୟ ୭୨.୮୫ ଡଲାର ଓ ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲ ମୂଲ୍ୟ ୭୩ ଡଲାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.