ଟିଭିଏସ୍ ଭିକ୍ଟରରେ ସିଙ୍କ୍ରୋନାଇଜଡ୍ ବ୍ରେକିଂ ପ୍ରଯୁକ୍ତିର ବ୍ୟବହାର

ଭୁବନେଶ୍ୱର: ଦୁଇଚକିଆ ଏବଂ ତିନି ଚକିଆ ନିର୍ମାତା ଟିଭିଏସ୍ ମୋଟର କଂପାନି ତରଫରୁ ଏହାର ମୋଟରସାଇକଲ୍ ଟିଭିଏସ୍ ଭିକ୍ଟରରେ ସିଙ୍କ୍ରୋନାଇଜଡ୍ ବ୍ରେକିଂ ପ୍ରଯୁକ୍ତି (ଏସବିଟି)କୁ ବ୍ୟବହାର କରାଯାଇଛି । ଏହି ପ୍ରଯୁକ୍ତିର ସବୁଠୁ ବଡ଼ ଲାଭ ହେଉଛି ବ୍ରେକ୍ ଲଗାଇବା ବେଳେ ଦୂରତାକୁ ଏହା କମାଇଦେବ ଏବଂ ଗାଡ଼ିର ସ୍ଥିରତା ବଜାୟ ରଖିବ । ଏହି ପ୍ରଯୁକ୍ତିରେ ଯେତେବେଳେ ପଛ ବ୍ରେକ୍ ବ୍ୟବହାର କରାଯାଏ, ଆଗ ବ୍ରେକ ଆପେ ଆପେ ବ୍ୟବହାର ହୋଇଯାଏ । ଏହି ପ୍ରଯୁକ୍ତିରେ ବ୍ରେକିଂ ଦୂରତା ୧୦% କମିଯିବ ।

ଟିଭିଏସ୍ ଭିକ୍ଟରର ୧୧୦ ସିସି ଇଂଜିନ ଉକ୍ରୃଷ୍ଟ ପ୍ରଦର୍ଶନ କରୁଥିବା ବେଳେ ଜବରଦସ୍ତ ମାଇଲେଜ୍ ପ୍ରଦାନ କରୁଛି । ଏଥିରେ ୩ ୱାଲ୍ଭ ଅଏଲ କୁଲଡ ଇଂଜିନ ଲଗାଯାଇଛି । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ଷ୍ଟାର୍ଟ ଏବଂ ୪ ସ୍ପିଡ୍ ପାୱାରଟ୍ରେନ୍ ରହିଛି ଯାହା ଉନ୍ନତ ୯.୫ ପିଏସ୍ ଅ ୭୫୦୦ଆରପିଏମର ଶକ୍ତି ଏବଂ ୯.୪ ଏନ୍ଏମ୍ ଅ ୬୦୦୦ଆରପିଏମର ଟର୍କ ଉତ୍ପନ୍ନ କରୁଛି ।

ଡୁଆଲ୍ ସ୍ପ୍ରିଙ୍ଗ ସିରିଜ୍ ସସ୍ପେନ୍ସନ୍ ସହିତ ଏହାର ଲମ୍ବା ସିଟ୍ ଚାଳକଙ୍କୁ ଗାଡ଼ି ଚଲାଇବା ବେଳେ ଆରାମର ପ୍ରତିଶ୍ରୁତି ପ୍ରଦାନ କରୁଛି । ଏହାର ଗ୍ରାଫିକ୍ ଅତ୍ୟନ୍ତ ଜୀବନ୍ତ ହୋଇଥିବା ବେଳେ ଏଲଇଡି ଡିଆରଏଲ୍ ଗାଡ଼ିକୁ ଅଧିକ ସୁନ୍ଦର କରିଛି ।

ସମ୍ବନ୍ଧିତ ଖବର