କର୍ଣ୍ଣାଟକ ପରେ ତ୍ରିପୁରାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଅଗରତଲା: କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦକ ଅନଓ୍ଵରଙ୍କୁ ହତ୍ୟା କରାଯିବା ପରେ ତ୍ରିପୁରାରେ ମଧ୍ୟ ପାର୍ଟିର ଜଣେ ଯୁବ ନେତାଙ୍କୁ ହତ୍ୟା କରାଯାଇଛି। ତ୍ରିପୁରାର ରାଜଧାନୀ ଅଗରତଲାରେ ଶନିବାର ରାତି ୩୫ ବର୍ଷିଅ ବିଜେପି ନେତା ବିଶ୍ୱଜିତ ପାଲଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ବିଶ୍ୱଜିତଙ୍କୁ ବଧରଘାଟ ନିକଟରେ ଗୁଳି କରିଥିଲେ। ଆଉ ମାତ୍ର ୨୦୦ ମିଟର ଯାଇଥିଲେ ପାଲ ନିଜ ଘରେ ପହଞ୍ଚି ଯାଇଥାନ୍ତେ ଓ ତାଙ୍କର ଜୀବନ ବଞ୍ଚି ଯାଇଥାନ୍ତା।

ପ୍ରଭାରୀ ପୁଲିସ ଅଧୀକ୍ଷକ ଏଚ. କେ. ଦେବବର୍ମା କହିଛନ୍ତି, ପାଲଙ୍କ ଛାତିରେ ଗୁଳି ବାଜିଛି। ଘଟଣାସ୍ଥଳରୁ ତାଙ୍କର ସ୍କୁଟି ଓ ବ୍ୟାଗ ଜବତ ହୋଇଛି। ଏହା ବ୍ୟତୀତ ପୁଲିସ ଏହି ଘଟଣାର ଯାଞ୍ଚ କରୁଛି। ଏହି ହତ୍ୟା କାଣ୍ଡରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ବୋଲି ଅଧିକାରୀ ଦେବବର୍ମା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱଜିତଙ୍କ ପରିବାର ଲୋକେ କହିଛନ୍ତି, କିଛି ଦିନ ପୂର୍ବରୁ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେମାନେ କହିଥିଲେ, ସେମାନଙ୍କୁ କେହି ଜଣେ ଟାର୍ଗେଟ କରିଛି। ଜମି ବିବାଦକୁ ନେଇ ଏହି ହତ୍ୟା କାଣ୍ଡ ହୋଇଥିବ ବୋଲି ପୁଲିସ ସନ୍ଦେହ କରିଛି।

ସମ୍ବନ୍ଧିତ ଖବର