ନାବାଳିକାକୁ ଦୁଷ୍କର୍ମ, ନାବାଳକ ଅଟକ

ଭୁବନେଶ୍ୱର: ଜେଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ନାବାଳକକୁ ଅଟକ ରଖିଛି। ତା ଘର ସିଆର୍‌ପି ମୁଣ୍ଡାସାହି ଅଞ୍ଚଳ ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ଏକ ତରଫା ଭଲପାଉଥିଲା। ବିଭିନ୍ନ ସମୟରେ ତା ପିଛା କରିବା ସହ ହଇରାଣ ହରକତ କରିଚାଲିଥିଲା। ତେବେ କିଛିଦିନ ତଳେ ନାବାଳକ ଜଣଙ୍କ ନାବାଳିକାକୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିଥିଲା। ହେଲେ ନାବାଳିକା ଜଣଙ୍କ ତା କଥାରେ ରାଜି ହୋଇ ନଥିଲେ। ପ୍ରତିଶୋଧ ପରାୟଣ ହୋଇ ନାବାଳକ ଜଣଙ୍କ ବୁଧବାର ସନ୍ଧ୍ୟାରେ ନାବାଳିକାର ଘରେ ପଶି ଦୁଷ୍କର୍ମ କରିଥିଲା। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ନାବାଳକକୁ ଅଟକ ରଖି ପଚରାଉଚରା ପରେ ବାଳ ସୁଧାର ଗୃହକୁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର