ବାଲେଶ୍ୱର: ଶିବରାତ୍ରି ଦିନ ମନ୍ଦିର ପଛପଟରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାଲେଶ୍ୱର: ନାବାଳିକାଙ୍କ ଉପରେ ବାଲେଶ୍ୱର ଜିଲ୍ଲାରେ ଦୁଷ୍କର୍ମ କମିବାରେ ନାଁ ନେଉନି। ଗୋଟେ ପଟେ ପ୍ରଶାସନ ପରୀ ରଥ ବୁଲାଇ ସଚେତନ କରୁଥିବା ବେଳେ ଅନ୍ୟପଟେ ନାବାଳିକାଙ୍କ ଉପରେ ବଢି ଚାଲିଛି ଦୁଷ୍କର୍ମ ଜନିତ ଘଟଣା। ଜଳେଶ୍ୱର ଅଞ୍ଚଳରେ ଟ୍ୟୁସନ ଶିକ୍ଷକ ମଙ୍ଗଳବାର ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଜାଗର ରାତିରେ ମନ୍ଦିର ପଛ ପଟେ ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ତେଣ୍ଟେଇ ଗ୍ରାମରେ ଏମିତି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଅଭିଯୁକ୍ତ ଜାଗର ରାତିରେ ମନ୍ଦିର ବୁଲିଯାଇଥିବା ଜଣେ ନାବାଳିକାକୁ ଚକଲେଟ ଦେଇ ବିଲକୁ ଡାକି ନେଇଥିଲା। ସେଠାରେ ଦୁଷ୍କର୍ମ କରି ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଛାଡି ଚାଲି ଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି ପରେ ବିଲରୁ ଗୁରୁତର ଅବସ୍ଥାରେ ନବଳିକାକୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ନାବଳିକାର ପିତାଙ୍କ ଅଭିଯୋଗ ଅନୁସାରେ ସୋର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣକ ମୁନା ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର