ଦିଲ୍ଲୀର ଏମ୍‌ସ୍‌ ହେବ ଯନ୍ତ୍ରଣାମୁକ୍ତ ଡାକ୍ତରଖାନା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ (ସଂକ୍ଷପରେ ଏମ୍‌ସ୍‌) ଦେଶର ସର୍ବପ୍ରଥମ ’ଯନ୍ତ୍ରଣା-ମୁକ୍ତ’ ଡାକ୍ତରଖାନା ହେବାକୁ ଯାଉଛି।

ଏମ୍‌ସ୍‌ର ଅଙ୍କୋ-ଆନାସ୍ଥେସିଆ, ପେନ୍‌ ଆଣ୍ଡ୍‌ ପାଲିଆଟିଭ୍‌ କେୟାର୍‌ ବିଭାଗର ମୁଖ୍ୟ ଡାକ୍ତର ସୁଷମା ଭଟ୍ଟନାଗର କହନ୍ତି: ଡାକ୍ତରମାନେ ରୋଗୀଙ୍କର ପ୍ରମୁଖ ଲକ୍ଷଣ ଯଥା:- ଶରୀରର ତାପମାତ୍ରା, ରକ୍ତ ଚାପ, ନାଡ଼ୀର ବେଗ ଓ ଶ୍ୱାସପ୍ରଶ୍ୱାସର ହାରରୁ ଜାଣନ୍ତି କେଉଁଠି ଭୁଲ୍‌ ରହିଲା। ଏମ୍‌ସ୍‌ରେ ଆମେ ପଞ୍ଚମ ଲକ୍ଷଣ ସାମିଲ୍‌ କରିବୁ।

୧ ରୁ ୧୦ ସ୍କେଲ୍‌ ଆଧାରରେ ଯନ୍ତ୍ରଣାର ତୀବ୍ରତା କଥା ରୋଗୀ ନିଜେ କହନ୍ତି। ଯନ୍ତ୍ରଣା ତୀବ୍ରତର ହେଲେ ଏକ ଉତ୍ସଗୀକୃତ ଯନ୍ତ୍ରଣା ପରିଚାଳନା ଟିମ୍‌ ରୋଗୀଙ୍କ ଯନ୍ତ୍ରଣା ଉପସମ କରିବାକୁ ସହାଯ୍ୟ କରିବେ।

କିନ୍ତୁ, ଦିଲ୍ଲୀରେ ଥିବା ୪୬ଟି ଡାକ୍ତରଖାନା ମଧ୍ୟରୁ କେବଳ ଦୁଇଟିରେ ରହିଛି ପାଲିଆଟିଭ୍‌ କେୟାର୍‌ ଟିମ୍‌। ସଫଦରଗଞ୍ଜସ୍ଥିତ ପେନ୍‌ କ୍ଲିନିକ୍‌ର ମୁଖ୍ୟ ଡାକ୍ତର ସୁବୀଣା ଜି ରାହେଜା କହନ୍ତି: ପାଲିଆଟିଭ୍‌ କେୟାର୍‌ କ୍ୟାନ୍‌ସର୍‌ ସହ ନିବିଡ଼ ଭାବେ ଜଡ଼ିତ କାରଣ, କର୍କଟ ରୋଗର ଶେଷସ୍ତରରେ ପହଞ୍ଚିଥିବା ସମସ୍ତ ରୋଗୀ ଯନ୍ତ୍ରଣା ମୁକ୍ତ ହେବାକୁ ଉପାୟ ଆବଶ୍ୟକ କରନ୍ତି। କିନ୍ତୁ, ପୁରାତନ ରୋଗଜନିତ ଯନ୍ତ୍ରଣାରୁ ଆଶ୍ୱସ୍ତି ଦେବାକୁ ଏବେ ପାଲିଆଟିଭ୍‌ କେଆର୍‌ ଅନ୍ୟତ୍ର ଗଲାଣି।

ବଢ଼ି ଚାଲିଥିବା ପାଲିଆଟିଭ୍‌ କେୟାର୍‌ର ଆବଶ୍ୟକତାକୁ ଅନୁଭବ କରି କେନ୍ଦ୍ର ସରକାର ୨୦୧୩-୧୪ ମସିହାରେ ନେସ୍‌ନାଲ୍‌ ହେଲ୍‌ଥ୍‌ ମିସନ୍‌ (ସଂକ୍ଷପରେ ଏନ୍‌ଏଚ୍‌ଏମ୍‌) କାର୍ଯ୍ୟକ୍ରମ ଅଧୀନରେ ପାଲିଆଟିଭ୍‌ କେଆର୍‌ ସାମିଲ କରିଥିଲେ।

ପାଲିଆଟିଭ୍‌ କେଆର୍‌ କାର୍ଯ୍ୟକ୍ରମର ମୁଖ୍ୟ ଡାକ୍ତର ଆଲୋକ ମାଥୁର କହନ୍ତି: ଯଦି ଆମେ ଯେକୌଣସି ନିଷ୍ଠୁର ମରଣଶୀଳ ହାର ଦେଖିବୁ, ସେମାନଙ୍କ ମଧ୍ୟରୁ ୬୦% କୌଣସି ପ୍ରକାରର ପାଲିଏସନ୍‌ ଆବଶ୍ୟକ କରିବେ। ଆମ କାର୍ଯ୍ୟକ୍ରମର ଲକ୍ଷ ହେଉଛି ଉଭୟ ଶାରୀରିକ ଓ ମାନସିକସ୍ତରରେ ରୋଗୀଙ୍କୁ ନିଦାନ ଓ ଚିକିତ୍ସା ମାଧ୍ୟରେ ସାହାଯ୍ୟ କରିବା।

୧୬୨ଟି ଜିଲ୍ଲାସ୍ତରୀୟ ଡାକ୍ତରଖାନାଗୁଡ଼ିକରେ ଏନ୍‌ଏଚ୍‌ଏମ୍‌ ସହାୟତା ପ୍ରାପ୍ତ ପାଲିଆଟିଭ୍‌ କେୟାର୍‌ ସୁବିଧା ରହିଛି।

ସମ୍ବନ୍ଧିତ ଖବର