ସବୁ ଦିନ ଘରେ ଆସି ଶୋଇବାକୁ ଲାଗିଲା କୁକୁର; କାରଣ ଜାଣିବା ପାଇଁ ଏକ ଚିଠି ଲେଖି କୁକୁର ବେକରେ ବାନ୍ଧିଦେଲେ ମହିଳା, ପରଦିନ ମିଳିଲା ଏଭଳି ଉତ୍ତର !

ନୂଆଦିଲ୍ଲୀ : ଜଣେ ମହିଳା ସୋସିଆଲ ମିଡିଆରେ ନିଜ ସହ ଘଟିଥିବା ଏକ ଅଜବ ଘଟଣା ବିଷୟରେ ଲେଖି ସମସ୍ତଙ୍କୁ ଜଣାଇଛନ୍ତି । ଘଟଣାଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପୋଷ୍ଟରେ ସେ ଲେଖିଛନ୍ତି,ଦିନେ ଗୋଟେ କୁକୁର ଆମ ଘର ବାରି ପଛ ପଟେ ଆସି ବୁଲୁଥିବା ବେଳେ ମୁଁ ତାକୁ ଦେଖି ନିଜ ପାଖକୁ ଡ଼ାକିିଥିଲି । ବାହାରୁ ସେ କାହାର ପୋଷା କୁକୁର ଭଳି ଲାଗୁଥିବା ବେଳେ ଥକିବା ଭଳି ଦେଖା ଯାଉଥିଲା । ଯାହା ପାଇଁ ମୁଁ ତା ମୁଣ୍ଡକୁ ଆଉଁସିବା ସହ ଘରକୁ ଚାଲି ଆସିଥିଲି । କିନ୍ତୁ କୁକୁରଟି ଯିବା ପରିବର୍ତ୍ତେ ମୋ ପଛେ ପଛେ ଆମ ଘର ହଲ୍‌କୁ ଆସି ଶୋଇ ଯାଇଥିଲା ।

ଘଣ୍ଟାଏ ପର୍ଯ୍ୟନ୍ତ ଶୋଇବା ପରେ ସେ ଆପେ ଆପେ ଉଠି ଆମ ଘରୁ ଚାଲି ଯାଇଥିଲା । ପରଦିନ ମୁଁ ବାରି କବାଟ ଖୋଲିବା ପରେ କୁକୁରଟି ପୁଣି ଆସି ଠିଆ ହୋଇଥିବା ଦେଖିଥିଲି । ମୁଁ କିଛି କହିବା ପୂର୍ବରୁ ସେ ଘର ଭିତରକୁ ଆସି ପୂର୍ବଦିନ ଭଳି ସମାନ ସ୍ଥାନରେ ଶୋଇ ଯାଇଥିଲା । ପ୍ରାୟ ୧୦ଦିନ ଏଭଳି ହେବା ପରେ ମୁଁ ଆଶ୍ଚର୍ଯ୍ୟ ହେବା ସହ ଏହାର କାରଣ ଜାଣିବାକୁ ଚାହିଁଲି ।

petfinder.com

ଏହାପରେ ମହିଳା ଜଣକ ମୁଁ ଏହା ଜାଣିବାକୁ ଚାହୁଁଛି କି,ଏତେ ସୁନ୍ଦର କୁକୁରର ମାଲିକ କିଏ?ଏହା ସହ ମୁଁ ଜାଣିବାକୁ ଚାହୁଁଛି କି,ଆପଣଙ୍କ କୁକୁର ଆମ ଘରେ ଆସି ପ୍ରତିଦିନ ଶୋଇକରି ଯାଉଥିବା କଥା ଆପଣ ଜାଣନ୍ତି କି ନାହିଁ ବୋଲି ଗୋଟିଏ କାଗଜରେ ଲେଖି କୁକୁର ବେକରେ ଲାଗିଥିବା ରସିରେ ବାନ୍ଧି ଦେଇଥିଲେ । ପରଦିନ ତାଙ୍କୁ ଚିଠିର ଜବାବ ମିଳିଥିଲା । ସେଥିରେ ଲେଖା ଥିଲା, ଆପଣଙ୍କ ଘରକୁ ଯାଉଥିବା କୁକୁର ଏକ ଏମିତି ଘରେ ରହୁଛି,ଯେଉଁଠି ୬ଜଣ ଶିଶୁ ରହୁଛନ୍ତି । ସେ ମଧ୍ୟରୁ ୨ଜଣଙ୍କ ବୟସ ୩ବର୍ଷରୁ କମ । ୬ ଜଣଙ୍କ ପାଟିରେ କୁକୁରଟି ଶୋଇ ପାରୁ ନଥିବାରୁ ସେ ଆପଣଙ୍କ ଘରକୁ ଶୋଇବା ପାଇଁ ଯାଉଛି ବୋଲି ଲେଖାଥିବା ଚିଠି ମୋତେ ମିଳିଥିଲା । ଯାହାକୁ ଦେଖି ମହିଳା ମନେ ମନେ ହସିବା ସହ କୁକୁରକୁ ସବୁ ଦିନ ଆସିବା ପାଇଁ ଦେଇଥିଲେ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ସଂପର୍କ ନିବିଡ ହୋଇ ଯାଇଥିଲା ବୋଲି ମହିଳାଜଣଙ୍କ ଫେସ୍‌ବୁକ୍‌ରେ ପୋଷ୍ଟ କରି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର