ଏନ୍‌କାଉଣ୍ଟର୍‌ ପରେ ଡାକ୍ତରାଣୀଙ୍କ ବାପା କହିଲେ: ଆଜି ମୋ ଝିଅକୁ ନ୍ୟାୟ ମିଳିଛି

ନୂଆଦିଲ୍ଲୀ: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କ ସହ ଗଣ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଆଜି ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରି ପୀଡ଼ିତାଙ୍କ ବାପା କହିଛନ୍ତି: ଆଜି ମୋ ଝିଅ ନ୍ୟାୟ ପାଇଛି। ମୋ ଝିଅ ମରିବାର ୧୦ ଦିନ ବିତିଗଲାଣି। ଏନ୍‌କାଉଣ୍ଟର୍‌ ପାଇଁ ପୁଲିସ ଓ ସରକାରଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଏବେ ମୋ ଝିଅର ଆତ୍ମା ନିଶ୍ଚୟ ଶାନ୍ତି ପାଇବ।

ଡାକ୍ତରାଣୀଙ୍କ ଭଉଣୀ କହିଛନ୍ତି: ସମର୍ଥନ ପାଇଁ ମୁଁ ତେଲେଙ୍ଗାନା ପୁଲିସ, ତେଲେଙ୍ଗାନା ସରକାର ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଉଛି।

ଆଜିର ଖବର ଶୁଣି ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ଯେ ଏ ଖବର ୨୦୧୨ରୁ ତାଙ୍କୁ ଯନ୍ତ୍ରଣା ଦେଉଥିବା କ୍ଷତ ପାଇଁ ମଲମ ସଦୃଶ।
ସେ କହିଛନ୍ତି: ଅନ୍ତତଃ ଜଣେ ଝିଅକୁ ନ୍ୟାୟ ମିଳିଲା। ପୁଲିସକୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ୭ ବର୍ଷ ହେବ ଚିତ୍କାର କରୁଛି, ଆବଶ୍ୟକ ହେଲେ ଆଇନ ଭଙ୍ଗ କରି ଅପରାଧୀଙ୍କୁ ଦଣ୍ଡ ଦେଇ ଦେଖ ସମାଜ କିଭଳି ଭଲ ହେଉଛି।

Image Source: India Today

ଏବେ ବି ମୁଁ ଅଦାଲତକୁ ଦୌଡୁଛି। ଡିସେମ୍ବର ୧୩ରେ ଗୋଟାଏ ତାରିଖ ଥିବାରୁ ମୁଁ ପୁଣି ଅଦାଲତକୁ ଯିବି।

ଝିଅକୁ ନ୍ୟାୟ ମିଳିଥିବାରୁ ତା’ର ପିତାମାତା ନିଶ୍ଚୟ ଆଶ୍ୱସ୍ତି ଅନୁଭବ କରୁଥିବେ। ଏ ଭଳି ଘୃଣ୍ୟ ଅପରାଧ ଭିଆଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଏ ଘଟଣା ଭୟ ସଞ୍ଚାର କରିବ।

ପୀଡ଼ିତାଙ୍କ ପ୍ରତି ନ୍ୟାୟ ଦାବୀ କରି ଜାତୀୟ ରାଜଧାନୀରେ ଅନଶନ କରିଥିବା ଡିସିଡବ୍ଲୁ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ୍‌ କହିଛନ୍ତି: ଦୁଷ୍କର୍ମକାରୀମାନେ ଖସିଯିବାକୁ ଉଦ୍ୟମ କଲେ ପୁଲିସ କ’ଣ କରିବ?

ସମ୍ବନ୍ଧିତ ଖବର