ଦୁଷ୍କର୍ମକୁ ବିରୋଧ କରିବାରୁ ହତ୍ୟା

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଜଣେ ଯୁବତୀ ଦୁଷ୍କର୍ମକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ଜୋତା ଫିତାରେ ପୀଡ଼ିତାଙ୍କ ତଣ୍ଟିଚିପି ତାଙ୍କୁ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ ପୀଡ଼ିତା ଅଙ୍କିତା ମୋରେଙ୍କର ସୋସିଆଲ ମିଡିଆ ଫେସବୁକ୍‌ରେ ହରିଦାସ ନିର୍ଗୁଡ୍‌ଙ୍କ ସହ ବନ୍ଧୁତା ହୋଇଥିଲା। ଗତ ରବିବାର ଦିନ ଅଭିଯୁକ୍ତ ହରିଦାସ ଅଙ୍କିତାକୁ ତା’ ଘରକୁ ଡାକିଥିଲା। ହରିଦାସ୍‌ କଥା ମାନି ଅଙ୍କିତା ନାଲସପରା ସ୍ଥିତ ଅଭିଯୁକ୍ତର ଘରକୁ ଯାଇଥିଲା। ତେବେ ଅଭିଯୁକ୍ତ ହରିଦାସ ଅଙ୍କିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିବାବେଳେ ଅଙ୍କିତା ତା’ କଥାକୁ ବିରୋଧ କରିଥିଲା। ଫଳରେ ହିଂସ୍ରପରାୟଣ ହୋଇ ହରିଦାସ ଏକ ଜୋତା ଫିତାରେ ପୀଡ଼ିତାଙ୍କ ତଣ୍ଟିଚିପି ହତ୍ୟା କରିଛି।

ସମ୍ବନ୍ଧିତ ଖବର