ଇରାକ୍‌ରେ ଆଇଏସ୍‌ ଆକ୍ରମଣ: ୨୭ ସୁରକ୍ଷା କର୍ମୀ ନିହତ

ନୂଆଦିଲ୍ଲୀ : ଇରାକ୍‌ରେ ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୨୭ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଇରାକ୍‌ର ସିଆ ପରିଚାଳିତ ବେସାମରିକ ସୁରକ୍ଷାବାହିନୀ ଉପରକୁ କିଛି ଆଇଏସ୍‌ ଆତଙ୍କବାଦୀମାନେ ଆକ୍ରମଣ କରିବାଦ୍ୱାରା ପାଖାପାଖି ୨୭ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି। ସିଆ ସୁରକ୍ଷାବାହିନୀର ପପୁଲାର ମୋବିଲାଇଜେସନ୍‌ ଫୋର୍ସ ପକ୍ଷରୁ ଜଣାଯାଇଛି ଯେ ଆତଙ୍କବାଦୀମାନେ ଅତି ଚତୁରତାର ସହ ସେନା ପୋଷାକରେ ଆସି ଗତକାଲି ମଧ୍ୟରାତ୍ରରେ କିର୍କୁକ୍‌ ଉତ୍ତର ସହରର ଦକ୍ଷିଣପଶ୍ଚିମରେ ଥିବା ଅଲ-ସାଦୋନ୍ୟା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଉଭୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଉକ୍ତ ଗୁଳିକାଣ୍ଡରେ କିଛି ଆତଙ୍କାବଦୀ ନିହତ ହୋଇଥିବାବେଳେ ଆଉ କିଛି ସ୍ଥାନ ଛାଡ଼ି ଖସି ପଳାଇଛନ୍ତି। ଆକ୍ରମଣ ପାଇଁ ଆଇଏସ ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟି କରିଛି।

ସମ୍ବନ୍ଧିତ ଖବର