ନିଦ ଆସୁ ନଥିଲେ , କରନ୍ତୁ ଏହି କାମ , ତତକ୍ଷଣାତ୍‌ ନିଦ ମାଡ଼ିବ

0 1,459

ଯେଉଁମାନଙ୍କୁ ନିଦ ମାଡ଼ୁ ନାହିଁ ବା ସେମାନଙ୍କର ଭଲ ନିଦ ହେଉ ନାହିଁ,ସେମାନେ ନିମ୍ନ କଥା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ।
ଯଦି ନିଦ ଆସୁ ନଥିବ,ତେବେ ଶେଯରେ ପଡ଼ି ରହି ଅନ୍ୟ କିଛି ନ କରି ଗୋଟିଏ ମନପସନ୍ଦ ବହି ପଢ଼ନ୍ତୁ।ଏପରି କରିଲେ ଆପେ ଆପେ କିଛି ସମୟପରେ ନିଦ ଆସିବ। ନତୁବା ଗୀତ ଶୁଣିଲେ ବି ନିଦ ଆସିବ।ଯେଉଁମାନଙ୍କୁ ସୁନିଦ୍ରା ଆସେ ନାହିଁ,ସେମାନେ ବଡ଼ ତକିଆ ବା ମୋଟା ତକିଆରେ ମୁଣ୍ଡ ଦେଇ ନ ଶୋଇବା ଭଲ, କାରଣ ଏପରି କରିଲେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇନଥାଏ ଓ ମୁଣ୍ଡବିନ୍ଧାର ଶିକାର ମଧ୍ୟ ହୋଇପାରନ୍ତି।
ସାଧାରଣତଃ ଶେଯକୁ ଆସିବାପରେ ଆମେ ମୋବାଇଲ୍‌କୁ ହାତରେ ଧରି କିଛି ନା କିଛି ଦେଖିଥାଉ।ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ।ଏଣୁ ଶୋଇବା ପୂର୍ବରୁ ମୋବାଇଲ୍‌ ଫୋନ୍‌କୁ ସାଇଲେଣ୍ଟ୍‌ ମୋଡ଼ରେ ରଖ ଦିଅନ୍ତୁ।


ଯଦି ଭଲ ନିଦ ଚାହୁଁଛନ୍ତି, ତେବେ ମୁହଁ ଘୋଡ଼ାଇ ଶୁଅନ୍ତୁ ନାହିଁ। ଏପରି କରିଲେ ଶ୍ୱାସକ୍ରିୟାରେ ବାଧାପ୍ରାପ୍ତ ହୋଇଥାଏ।ଏହା ଛଡ଼ା ଏହା ଫଳରେ ନିଦ ଭାଙ୍ଗିଯାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.