ଭୁବନେଶ୍ୱର: ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବର ଶେଷ ସନ୍ଧ୍ୟାରେ ପୂଜ୍ୟପୂଜାର ପରମ୍ପରା ସ୍ୱରୂପ ସମ୍ମାନ ପ୍ରଦାନ କରାଯାଇଛି। ‘ତ୍ରିଧାରା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଉଦ୍ଯାପନ ସନ୍ଧ୍ୟାରେ ୪ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ଗୀତା ମହାଳିକ, ଭାରତନାଟ୍ୟମ୍ରେ ପଦ୍ମଶ୍ରୀ ପ୍ରତିଭା ପ୍ରହଲ୍ଲାଦ, କଥକରେ ଗୁରୁ ଗୀତାଞ୍ଜଳି ଲାଲ୍, ସତ୍ରୀୟା ନୃତ୍ୟରେ ବିଦୂଷୀ ରଞ୍ଜୁମଣୀ ସାଇକିଆଙ୍କୁ ନାଲ୍କୋ ଗୁରୁ ଦେବପ୍ରସାଦ ନୃତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯାଇଥିଲା। ଶେଷ ସନ୍ଧ୍ୟାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ସହଯୋଗରେ ନୃତ୍ୟ ପରିବେଷିତ ହୋଇଥିଲା। ଗୀତା ମହାଳିକ ଓଡ଼ିଶୀ, ଗୀତାଞ୍ଜଳି ଲାଲ୍ କଥକ ପରିବେଷଣ କରିଥିଲେ। ବିଠାଲାଲ୍ ଓ ଅଭିମନ୍ୟୁ କଥକ ନୃତ୍ୟ ପରିବେଷଣ କରିଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ସାଂସଦ ଅନାଦି ସାହୁ, ପ୍ରାକ୍ତନ ପ୍ରଶାସକ ଅଶୋକ ତ୍ରିପାଠୀ, ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡ. ସଂଗୀତା ଗୋସାଇଁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ତ୍ରିଧାରା’ର ନିର୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।