ପିକ୍‌ଟ୍ରେନ୍‌ର ଫଟୋ ପ୍ରତିଯୋଗିତା

ଚନ୍ଦ୍ରଶେଖରପୁର : ଘରୋଇ ଶିକ୍ଷକ ଯୋଗାଣ କ୍ଷେତ୍ରରେ ଯୁଗାନ୍ତକାରୀ ବିପ୍ଳବ ଆଣିଥିବା ନିୟୁଏଇଟେଟ୍‌ ତା’ର ନିଜସ୍ୱ ପିକ୍‌ଟ୍ରେନର ଆପ୍ଲିକେସନ ମାଧ୍ୟମରେ ଘରୋଇ ଶିକ୍ଷକ ଯୋଗାଣ ସମେତ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ ହୋଇଥିବା ଫଟୋ କଣ୍ଟେଷ୍ଟରେ ପ୍ରାୟ ୪୦ ହଜାର ମତଦାନ କରିଥିବା ବେଳେ ପ୍ରାୟ ୪ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଭଦ୍ରକ ଜିଲ୍ଲାର ସୂର୍ଯ୍ୟ ନାରାୟଣ ମହାନ୍ତି, ପୁରୀ ଜିଲ୍ଲାର କୃଷ୍ଣଚନ୍ଦ୍ର ଜେନା ଏବଂ ଯାଜପୁର ଜିଲ୍ଲାର ରୋଜା ମହାନ୍ତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସୋମାନଙ୍କୁ ପୁରସ୍କାର ରାଶି ବାବଦରେ ୨୫ ହଜାର, ୧୫ହଜାର ଓ ୧୦ ହଜାର ସମେତ ମାନପତ୍ରମାନ ଦିଆଯାଇ ଅଫିସ୍‌ ପ୍ରାଙ୍ଗଣରେ ସମ୍ବର୍ଧିତ କରାଯାଇଛି। ଏହା ସହିତ ଟପ୍‌ ୨୦୦ ପ୍ରାର୍ଥୀଙ୍କୁ ମଧ୍ୟ ବିଭିନ୍ନ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଷ୍ଟାର୍ଟ୍‌ ଅଫ୍‌ ଇଣ୍ଡିଆ ମାନ୍ୟତାପ୍ରାପ୍ତ ନିୟୁଏଇଟେଟ ପ୍ରାଇଭେଟ ଲିମିଟେଡ଼୍‍ ସପ୍ଟେଓ୍ଵର କମ୍ପାନି ନିଜକୁ ଏକ ସ୍ୱତନ୍ତ୍ର ପ୍ରତିଯୋଗିମୂଳକ ପ୍ଲାଟଫର୍ମ ବନେଇବା ନିମନ୍ତେ ନିଜର ପ୍ରଚେଷ୍ଟା ଜାରି ରଖିଛି। ଏହାର ଆଗାମୀ ପ୍ରତିଯୋଗିତା ଡିସେମ୍ବର ୧୫ତାରିଖ ଆରମ୍ଭ ହେଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଆଣ୍ଡ୍ରଏଡ୍‌ ପ୍ଲେ ଷ୍ଟୋରରୁ ପିକ୍‌ଟ୍ରେନ୍‌ର ଆପ୍ଲିକେସନ୍‌କୁ ଡାଉନ୍‌ଲୋଡ଼ କରି ଏଥିରେ ଭାଗ ନେଇ ପାରିବେ। ଭକ୍ତ ପ୍ରତିଯୋଗିତାରେ ଦୌନିକ ପୁରସ୍କାର ସଚେତ ପ୍ରତିଯୋଗିତା ଶେଷରେ ବିଜୟୀ ପ୍ରାର୍ଥୀମାନଙ୍କୁ ପୁରସ୍କୃତ କରାଯିବା ବୋଲି କମ୍ପାନିର ସିଇଓ ଶ୍ରୀମାନ୍‌ ଅଭିଷେକ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର