ସ୍ଥାନାନ୍ତର ହେଲା ଆଦିତ୍ୟ କେୟାର ହସ୍‌ପିଟାଲ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ପ୍ରାଚୀ ଏନ୍‌କ୍ଲେଭସ୍ଥିତ କେୟାର ହସ୍‌ପିଟାଲ ପରିସରକୁ ଆଦିତ୍ୟ କେୟାର ହସ୍‌ପିଟାଲ ସ୍ଥାନାନ୍ତର ହୋଇଛି। ଏହାର ପୂର୍ବ କ୍ୟାମ୍ପସଠାରୁ ନୂତନ କ୍ୟାମ୍ପସଟି ମାତ୍ର ଗୋଟିଏ କିଲୋମିଟର ଦୂରରେ ରହିଛି। ତେବେ ଏଠାରେ ରୋଗୀମାନଙ୍କୁ ମଲ୍ଟି ସୁପରସ୍ପେସିଆଲିଟି ସେବା ସାଙ୍ଗକୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏଠାରେ ନୂତନ ଟେକ୍ନୋଲୋଜିରେ ନିର୍ମିତ ବିଭିନ୍ନ ଚିକିତ୍ସା ଉପକରଣ ରହିଥିବା ବେଳେ ହୃଦ୍‌ବିଭାଗ, ସ୍ନାୟୁ ବିଭାଗ, କର୍କଟ ବିଭାଗ, ସର୍ଜରି ବିଭାଗ ଆଦି ସଂପୂର୍ଣ୍ଣ କାର୍ଯ୍ୟ କରିବ। ସେହିପରି ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଥାଇ ଉନ୍ନତ ଜରୁରୀକାଳୀନ ସେବା, ଇଏନ୍‌ଟି, ପ୍ଲାଷ୍ଟିକ ସର୍ଜରି ଭଳି ସେବାର ସୁବିଧା ରହିଥିବା ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅଧିକ ସୂଚନା ଏବଂ ଜରୁରୀକାଳୀନ ସେବା ପାଇଁ ୦୬୭୪-୩୦୨୧୯୯୯, ୭୦୭୭୭୧୧୭୭୭ କିମ୍ବା ୯୧୭୮୬୨୫୧୨୨ ନମ୍ବରରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର