ରିଲିଜ୍‌ ହେଲା ‘ଜୱାନି ତୋର ମ୍ୟାଙ୍ଗୋ ଫ୍ଲେବର’

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ରେଡିଓ ଚକ୍‌ଲେଟ୍‌ରେ ରିଲିଜ୍‌ ହୋଇଯାଇଛି ନୂଆ ମସ୍ତିଭରା ଗୀତ ‘ଜୱାନୀ ତୋର ମ୍ୟାଙ୍ଗୋ ଫ୍ଲେବର’। ଏହି ଗୀତଟିକୁ କିଶୋର ମାନିଆ ରଚନା କରିଛନ୍ତି। ଏହାର ସଙ୍ଗୀତ ନିର୍ଦେଶନା ସୁମିତ ଦୀକ୍ଷିତ ଦେଇଥିବା ବେଳେ ତାରିକ ଅଜିଜ କଣ୍ଠଦାନ କରିଛନ୍ତି। ଗୀତଟିର ରେକର୍ଡିଂ ଓ ମିକ୍ସିଂ କରିଛନ୍ତି ସ୍ମୃତିରଞ୍ଜନ। ତେବେ ଆସନ୍ତାକାଲି ସକାଳ ୧୦ଟାରୁ ଆର୍‌ଜେ କୋମଲଙ୍କ ‘ସକାଳର ପହିଲି ଗାଡ଼ିରେ କାର୍ଯ୍ୟକ୍ରମ’ରୁ ଏହି ଗୀତଟିକୁ ଶ୍ରୋତାମାନେ ଶୁଣିପାରିବେ। ରେଡିଓ ଚକ୍‌ଲେଟ୍‌ର ୟୁଟ୍ୟୁବ ପେଜ୍‌ରେ ଏହାର ଷ୍ଟୁଡିଓ ଭର୍ସନ ଉପଲବ୍ଧ। ଏହାଛଡ଼ା ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ ଆପ୍‌ରେ ମଧ୍ୟ ଗୀତଟିକୁ ଶୁଣିପାରିବେ। ରେଡିଓ ଚକ୍‌ଲେଟ୍ ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ୍‌ କରିପାରିବେ।

ସମ୍ବନ୍ଧିତ ଖବର