ଟିକେଟ ବଣ୍ଟାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦିଗ୍‌ବିଜୟ ସିଂହ, ଜ୍ୟୋତିରାଦିତ୍ୟ ସିନ୍ଧିିଆଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନେଇ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଇଛି। ଏପରିକି ନୂଆଦିଲ୍ଲୀଠାରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ବୁଧବାର ଦିନ ନିଜ ନିଜର ସମର୍ଥକମାନଙ୍କୁ ଟିକେଟ ଦେବାକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଓ କଂଗ୍ରେସର ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ମୁହଁ ବୋଲି ଚର୍ଚ୍ଚା ହେଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ କଥା କଟାକଟି ହୋଇଛନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ରାହୁଲ ଗାନ୍ଧୀ ପ୍ରାର୍ଥୀ ଚୟନ ପାଇଁ ୩ ଜଣିଆ ସଂସଦୀୟ କମିଟି ଗଠନ କରିଛନ୍ତି। ଅଶୋକ ଗେହୋଲଟ, ବୀରପ୍ପା ମୋଇଲି ଓ ଅହମ୍ମଦ ପଟେଲଙ୍କୁ ନେଇ ଗଠିତ ଏହି କମିଟି ଗତକାଲିି ରାତି ୨ଟା ୧୫ ମିନିଟ ଯାଏ କଂଗ୍ରେସ ଦଳର କାର୍ଯ୍ୟାଳୟରେ ବିବାଦ ସମାଧାନ ପାଇଁ ଉଭୟ ନେତାଙ୍କ ଉପସ୍ଥିତିରେ ବୈଠକ କରିଥିଲେ ମଧ୍ୟ ଏଥିରୂ ମଧ୍ୟ କିଛି ଫଳ ବାହାରି ନାହିଁ। ଫଳରେ ଆଜି ସକାଳେ ପୁଣି ବୈଠକ ଡକାଯାଇଛି।

ସୂଚନାଯୋଗ୍ୟ ଯେ ନଭେମ୍ବର ୨ ତାରିଖରୁ ୯ ତାରିଖ ଯାଏ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ମନୋନୟନପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେଣୁ ଆସନ୍ତା ୫ ତାରିଖ ସୁଦ୍ଧା କଂଗ୍ରେସ ଦଳ ନିଜର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବାକୁ ଚାହୁଁଛି।ମାତ୍ର କଂଗ୍ରେସର ଏହି ଦୁଇ ନେତା ନିଜ ସମର୍ଥକଙ୍କୁ ଟିକେଟ ଦେବା ପାଇଁ ଅଡ଼ି ବସିଥିବାରୁ କଂଗ୍ରେସ ପାଇଁ ଟିକଟ ବାଣ୍ଟିବା ଏକ ଅଡ଼ୁଆ ପରସ୍ଥିିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର