ଭାରତ ବନାମ ପାକିସ୍ତାନ: ଭାରତର ନବମ ଧନୀଙ୍କ ସହ ସମାନ ପାକିସ୍ତାନର ସର୍ବଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି

ଭାରତୀୟ ଧନି ତାଲିକାରେ ନବମ ଶ୍ରେଣୀରେ ରହୁଥିବା ବ୍ୟକ୍ତି ସମ୍ପତ୍ତି ସହ ପାକିସ୍ତାନନ ପ୍ରଥମ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ସମାନ

ପ୍ରତ୍ୟେକ ଦେଶର କେହି ନା କେହି ଧନୀ ବ୍ୟକ୍ତି ତ ନିଶ୍ଚୟ ଥିବେ। ତେବେ ଆମ ବିରୋଧୀ ଦେଶ ପାକିସ୍ତାନର ଧନୀ ବ୍ୟକ୍ତିଙ୍କ ସଂପର୍କରେ କୌଣସି ଧାରଣା ଅଛି କି? ଭାରତର ମୁକେଶ ଅମ୍ବାନୀଙ୍କ ପରି ପାକିସ୍ତାନ ସବୁଠାରୁ ଧନୀ ହେଉଛନ୍ତି ଶାହିଦ ଖାନ। ମୁକେଶ ଅମ୍ବାନୀଙ୍କ ପାଖରେ ୨୩ ବିଲିୟନ୍‌ ଡଲାରର ସମ୍ପତ୍ତି ରହିଥିବା ବେଳେ ଶାହିଦ ଖାନ୍‌ଙ୍କ ନିକଟରେ ୮.୯ ବିଲିୟନ ଡଲାର ସମ୍ପତ୍ତି ରହିଛି।

ତେବେ, ଜାଣିବାକୁ ମିଳିଛି ଯେ ଶାହିଦ୍‌ଙ୍କ ସମ୍ପତ୍ତି ଭାରତୀୟ ଧନୀ ତାଲିକାରେ ନବମ ସ୍ଥାନରେ ରହିଥିବା ଅମୀର କୁମାର ମଙ୍ଗଲମ୍‌ ବିର୍ଲାଙ୍କ ସହ ସମାନ। ତେବେ ଜୀବନଶୈଳୀରେ କିନ୍ତୁ ଶାହିଦ ବେଶ୍‌ ଆଗୁଆ। ତାଙ୍କର ପ୍ରାଇଭେଟ୍‌ ପ୍ଲେନଠାରୁ ଆରମ୍ଭ କରି ଦୁନିଆର ମହଙ୍ଗା କ୍ରୀଡାନୌକା ପର୍ଯ୍ୟନ୍ତ, ଶାହିଦ ଖାନଙ୍କ ସଉକ ଠିକ୍‌ ମୁକେଶ ଅମ୍ବାନୀଙ୍କ ଭଳି ହିଁ ରହିିଛି।

 

ସମ୍ବନ୍ଧିତ ଖବର