ଭାରତ ବିପକ୍ଷରେ ପେଟ୍‌ କମ୍ବିନସ୍‌, ଷ୍ଟାର୍କସ୍‌ ଓ ହେଜଲଉଡ଼ଙ୍କୁ ୩ ଦିନିକିଆରେ ବିଶ୍ରାମ ଦେଇପାରେ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଆଗାମୀ ମେ’ ମାସରେ ଆୟୋଜିତ ଆଇସିସି ବିଶ୍ୱକପ ପୂର୍ବରୁ ନିଜର ଖେଳାଳିମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ଦେବାକୁ ଯୋଜନା କରୁଛି। କ୍ରିକେଟ ଅଷ୍ଟ୍ରେଲିଆ ନିଜର ଖେଳାଳିମାନଙ୍କୁ ଭାରତୀୟ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଛି। ଏବେ ଭାରତ ବିପକ୍ଷରେ  ୩ ଦିନିକିଆରେ ମଧ୍ୟ କିଛି ଖେଳାଳିଙ୍କୁ ବିଶ୍ରାମ ଦେଇପାରେ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ପରେ ଦିନିକିଆ ଶୃଙ୍ଖଳା ଖେଳାଯିବ। ଏହି ଶୃଙ୍ଖଳା ଜାନୁଆରି ୧୨ରୁ ଆରମ୍ଭ ହେବ। ମାତ୍ର ଦିନିକିଆ ପୂର୍ବରୁ ସିଡିନିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟେଷ୍ଟ ମ୍ୟାଚ ଶୃଙ୍ଖଳାରେ ଶେଷ ମୁକାବିଲା ଜାନୁଆରି ୩ରୁ ଆରମ୍ଭ ହେଉଛି। ଭାରତ ଚଳିତ ଟେଷ୍ଟ ଶୃଙ୍ଖଳାରେ ୩-୧ରେ ଅଗ୍ରଣୀ ଲାଭ କରିଛି।

ଇଂଲଣ୍ଡରେ ହେଉଥିବା ବିଶ୍ୱକପ୍‌ ପୂର୍ବରୁ ପ୍ରତିବନ୍ଧିତ ଚାଲିଥିବା ଷ୍ଟିଭ ସ୍ମିଥ ଓ ଡେଭିଡ ଓ୍ଵାର୍ଣ୍ଣର ଅଷ୍ଟ୍ରେଲିଆ ଟିମକୁ ଫେରିପାରନ୍ତି। ଏହା ହେଲେ ଟିମ୍‌ର ବ୍ୟାଟିଂ ଲାଇନ୍‌ଅପ୍‌ ମଜବୁତ ହୋଇଯିବ। ଟିମ୍‌କୁ ବିକଳ୍ପ ମଧ୍ୟ ମିଳିପାରେ। ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣ ଉପରେ ଚାପ ବଢ଼ିଛି ଏବଂ ଆଗକୁ ମଧ୍ୟ ଜାରି ରହିବ। ଏଥି ପାଇଁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ନିଜର ଦ୍ରୁତ ବୋଲର ପେଟ କମ୍ବିନସ୍‌, ମିଚେଲ ଷ୍ଟାର୍କସ୍‌ ଓ ଜୋସ ହେଜଲଉଡଙ୍କୁ ବିଶ୍ରାମ ଦିଆଯାଇପାରେ।

ସମ୍ବନ୍ଧିତ ଖବର