ରାଜ୍ୟ କରାଟେ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ଆନୁକୂଲ୍ୟରେ ୩୦ତମ କନିଷ୍ଠ ଏବଂ ୨୯ତମ ବରିଷ୍ଠ ରାଜ୍ୟ କରାଟେ ପ୍ରତିଯୋଗିତା ଶନିବାର ଉତ୍କଳ କରାଟେ ସ୍କୁଲ୍‌ଠାରେ ଆରମ୍ଭ ହୋଇଛି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର (ଆଇଏଏସ୍‌) ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାରେ କରାଟେ ଭଳି ସାମରିକ କ୍ରୀଡ଼ାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିବାରୁ ଓଡ଼ିଶା ସଂଘକୁ ଶ୍ରୀ ମହାପାତ୍ର ଭୂୟସୀ ପ୍ରଶଂସା କରିଥିଲେ। ଏହି ପ୍ରତିଯୋଗିତାରେ ୨୬ ଜିଲ୍ଲାରୁ ପ୍ରାୟ ୩୦୦ ଜଣ ଏଥିରେ ଭାଗ ନେଇଛନ୍ତି। ପ୍ରଥମ ଦିନରେ ସୂର୍ଯ୍ୟନାରାୟଣ ମାଝୀ, ସରଣ୍ୟା ରାୟ, ଜାନକୀ ମୁଣ୍ଡା, ନେହା କୁମାରୀ ସାହ, ମୋନାଲି ସାହୁ, ଲୋମ ସ୍ୱାଇଁ, ପ୍ରିୟଙ୍କା ସାମଲ, ଦେବସ୍ମିତା ଦଳବେହେରା, ବାବିବା ସରକାର, ଫାଲଗୁନୀ ମହାପାତ୍ର, ଅନୌଷ୍କା ପ୍ରିୟଦର୍ଶିନୀ, ଗୌରବ କର, ଶ୍ରୀ କୁମ୍ଭାର, ପାୟଲ ବରାଳ, ସୁମନ ଶେଖର ଦାସ, ସୁଶୋଭନ ନାୟକ, ଲକ୍ଷ୍ମଣ କିସାନ ନିଜ ନିଜ ବର୍ଗରେ ପ୍ରଥମ ସ୍ଥାନ ଦଖଲ କରି ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି।

ସମ୍ବନ୍ଧିତ ଖବର