ମଦନପୁର କପ୍‌: କଳିଙ୍ଗ ସ୍ଫୋର୍ଟିଂ ବିଜୟୀ

ଭୁବନେଶ୍ୱର: ମଦନପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଷଷ୍ଠ ମଦନପୁର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶନିବାର ମ୍ୟାଚ୍‌ରେ ଭୁବନେଶ୍ୱରର କଳିଙ୍ଗ ସ୍ପୋର୍ଟିଂ ବିଜୟୀ ହୋଇଛି। ଏହି ଦଳ ପ୍ରକାଶ ତରାଇଙ୍କ ୧୮ ମିନିଟ୍‌ ଗୋଲ୍‌ ବଳରେ ଅନ୍ୟତମ ଭୁବନେଶ୍ୱର ଦଳ ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟସ୍‌ କ୍ଲବ୍‌କୁ ୧-୦ରେ ପରାସ୍ତ କରିଥିଲେ। ପ୍ରକାଶ ତରାଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜାଁଳା ସରପଞ୍ଚ ପ୍ରଦୋଷ କୁମାର ଜେନା ଓ ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ପ୍ରଫେସର ଦୀପକ କୁମାର ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏମ୍‌ଏସ୍‌ ବେଗ୍‌, ଶ୍ରୀକୃଷ୍ଣ ପଟ୍ଟନାୟକ ଓ ମନୋରଞ୍ଜନ ଖୁଣ୍ଟିଆ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର