ଭାରତୀୟ ରେଳ ପକ୍ଷରୁ ଆସନ୍ତାକାଲି ବାଲେଶ୍ୱରରୁ ବାହାରିବ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର: ଭାରତୀୟ ରେଳ ପକ୍ଷରୁ ଆସନ୍ତାକାଲି (୧୩ ଡିସେମ୍ବର) ବାଲେଶ୍ୱର ଓ ହରିଦ୍ୱାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି। ଓଡ଼ିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ ସହାୟକ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
୦୮୪୧୫/୦୯୪୧୬ ଭୁବନେଶ୍ୱର-ହରିଦ୍ୱାର-ଭୁବନେଶ୍ୱର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱରଠାରୁ ଆସନ୍ତାକାଲି ପୂର୍ବାହ୍ନ ୧୧.୪୫ରେ ବାହାରି ହରିଦ୍ୱାରଠାରେ ତା’ ପରଦିନ ରାତି ୧୦.୧୫ରେ ପହଞ୍ଚିବ। ସେହିପରି ଏହି ଟ୍ରେନ ହରିଦ୍ୱାରଠାରୁ ଡିସେମ୍ବର ୧୬ ତାରିଖ ଦିନ ରାତି ୧୦ଟାରେ ଛାଡି ବାଲେଶ୍ୱରଠାରେ ଡିସେମ୍ବର ୧୮ ତାରିଖ ପୂର୍ବାହ୍ନ ୧୦.୧୫ରେ ପହଞ୍ଚିବ।
ଏହି ତୀର୍ଥ ସ୍ୱତନ୍ତ୍ର ଟ୍ରେନ ହିଜଲି-ଆଦ୍ରା-ଗୋମୋ-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ-ବାରଣାସୀ-ଲକ୍ଷ୍ନୋ ଓ ମୋରାଦାବାଦ ମାର୍ଗରେ ଚଳାଚଳ କରିବାକୁ ଥିବା ବେଳେ ଏଥିରେ ୧୫ଟି ସ୍ଲିପର କ୍ଲାସ, ୨ଟି ଗାର୍ଡ ଭ୍ୟାନ ଓ ଗୋଟିଏ ପ୍ୟାଣ୍ଟ୍ରି କାର ଉପଲବ୍ଧ ଅଛି । ଏହି ଟ୍ରେନରେ ତୀର୍ଥଯାତ୍ରୀମାନେ ବିଭିନ୍ନ ତୀର୍ଥସ୍ଥାନ ଯଥା ହରିଦ୍ୱାର, ମନସାଦେବୀ ମନ୍ଦିର, ହର-କି-ପୌରୀ ସହିତ ଋଷୀକେଶର ରାମଝୁଲା ଓ ଲକ୍ଷ୍ମଣଝୁଲା ଇତ୍ୟାଦି ପରିଦର୍ଶନ କରିବେ।
ତୀର୍ଥଯାତ୍ରା ପାଇଁ ସାଧାରଣ ଜନତା ଓ ତୀର୍ଥଯାତ୍ରୀମାନେ ଆଇଆରସିଟିସି ୱେବସାଇଟ ପାଇଁ www.irctctourism.com ରେ ସୂଚନା ପାଇପାରିବା ସହିତ +୯୧ ୮୨୮୭୯୩୨୨୩୧ ନମ୍ବରରେ ମଧ୍ୟ ଫୋନ ଦ୍ୱାରା ଅବଗତ ହୋଇପାରିବେ।