ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର: ଶିଶୁ ଅପପୁଷ୍ଟି ରୋକିବା ସହ ସ୍ତନ୍ୟପାନର ଉପାଦେୟତା ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଛିା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛିା ଏହି ଅବସରରେ ସଶକ୍ତ ପିତାମାତା, ‘ସକ୍ଷମ ସ୍ତନ୍ୟପାନ’ ପ୍ରସଙ୍ଗକୁ ନେଇ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳାମାନ ଅନୁଷ୍ଠିତ ହୋଇଥଲାା ସ୍ୱାସ୍ଥ୍ୟ ବିଭାଗ ସହାୟତାରେ ଏହି କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ, ସ୍ତ୍ରୀରୋଗ ବିଶେଷଜ୍ଞ, ଜିଲ୍ଲା ସମାଜ ମଙ୍ଗଳ ଅଧକାରୀ, ଜିଲ୍ଲା ପ୍ରୋଗ୍ରାମ ଅଧକାରୀମାନେ ଯୋଗଦେଇ ସ୍ତନ୍ୟପାନର ଉପାଦେୟତା ସଂପର୍କରେ ମହିଳା ଏବଂ ପ୍ରସୂତିମାନଙ୍କୁ ସଚେତନ କରାଇଥଲୋ

ଗ୍ରାମାଞ୍ଚଳଗୁଡ଼ିକରେ ସଚେତନତା ର‍୍ୟାଲି, ସାଧାରଣଜ୍ଞାନ ପ୍ରତିଯୋଗିତା, ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରଦର୍ଶନମାନ ଆୟୋଜନ କରାଯାଇଥଲାା ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମାତୃକମିଟି, ଯାଞ୍ଚ କମିଟି ତଥା ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିଭିନ୍ନ ମାଧ୍ୟମରେ ସ୍ତନ୍ୟପାନର ସୁଫଳ ସଂପର୍କରେ ଅବଗତ କରାଇଥଲୋ ମହିଳାମାନେ ମଧ୍ୟ ସ୍ତନ୍ୟପାନ ସଂପର୍କରେ ନିଜର ଅଭିଜ୍ଞତା ବାଣ୍ଟିଥଲୋ

ଏହି ଅବସରରେ ସବୁ ଜିଲ୍ଲାର ଉଭୟ ଗର୍ଭବତୀ ଏବଂ ୬ ମାସରୁ ଉର୍ଦ୍ଧ୍ୱ ଶିଶୁଙ୍କ ପାଇଁ ଆବଶ୍ୟକୀୟ ସୁଷମ ଖାଦ୍ୟର ପ୍ରଦର୍ଶନ କରାଯାଇଥଲାା କଟକରେ ଅନୁଷ୍ଠିତ ସଚେତନତା କର୍ମଶାଳାରେ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସରୋଜିନୀ ଷଡ଼ଙ୍ଗୀ ଯୋଗଦେଇ ମହିଳାମାନଙ୍କୁ ସ୍ତନ୍ୟପାନର ଉଦ୍ଦେଶ୍ୟ, ସୁଫଳ ଏବଂ ସ୍ତନ୍ୟପାନ ଦ୍ୱାରା କିଭଳି ମା’ ଓ ଶିଶୁ ନିରୋଗ ରହିପାରିବେ ସେ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥଲୋ

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାରେ ସିଡିପିଓ ଅଂଶଗ୍ରହଣକାରୀ ମହିଳାମାନଙ୍କୁ ୫୦ଟି ବୃକ୍ଷଚାରା ଉପହାର ଦେଇ ଅଭିନବ ଢଙ୍ଗରେ ଏହି ସପ୍ତାହ ପାଳନ କରିଥଲୋ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ସୂତ୍ରରୁ ଜଣାଯାଇଛି ଯେ ଓଡ଼ିଶାରେ ସ୍ତନ୍ୟପାନ ହାର ଜାତୀୟ ହାରଠାରୁ ଯଥେଷ୍ଟ ଉର୍ଦ୍ଧ୍ୱରେ ଅଛିା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜଣାଯାଇଛି ଯେ ନୂଆପଡ଼ା, ବଲାଙ୍ଗୀର ଭଳି ଜିଲ୍ଲାରେ ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଥବାବେଳେ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ହାର ସମ୍ବଲପୁର ଏବଂ ମୟୂରଭଞ୍ଜରେ ୮୧ ପ୍ରତିଶତ ରହିଛିା ଯେଉଁ ଜିଲ୍ଲାମାନଙ୍କରେ ସ୍ତନ୍ୟପାନ ହାର କମ ଅଛି ସେହି ଜିଲ୍ଲାରେ ଏହି ହାର ବୃଦ୍ଧି ମାଧ୍ୟମରେ ଶିଶୁ ଅପପୁଷ୍ଟି ରୋକିବାକୁ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛିା

ସମ୍ବନ୍ଧିତ ଖବର