ଖରାଛୁଟି ଘୁଞ୍ଚିବା ନେଇ ନିଷ୍ପତ୍ତି ହୋଇନି

ଭୁବନେଶ୍ବର : ସ୍କୁଲଗୁଡ଼ିକର ଖରା ଛୁଟି ଜୁନ୍ ୨୫ପର୍ଯ୍ୟନ୍ତ ଘୁଞ୍ଚିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ କ୍ଲିପିଂ ବୁଲୁଛି। ଏହା ଉପରେ ମନ୍ତବ୍ୟ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଖରା ଛୁଟି ବଢ଼ିବା ଖବର ଗୁଜବ। ଖରା ଛୁଟି ବଢ଼ିବ କି ନାହିଁ ନିଷ୍ପତ୍ତି ସୋମବାର କିମ୍ବା ମଙ୍ଗଳବାର ନିଆଯିବ। ଏବେ ଛୁଟି ବଢ଼ିବା ନେଇ କିଛି ନିଷ୍ପତ୍ତି ନିଆଯାଇନି।

ସମ୍ବନ୍ଧିତ ଖବର