Latest Posts
ରାଜ୍ୟ
କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା, ୧୪ ଗୁରୁତର
ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା ଘଟିଛି। ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ ଅପ ଭ୍ୟାନକୁ ଧକ୍କା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀବାହୀ ବସ୍। ଫଳରେ ଉଭୟ ବସରେ ଥିବା ୧୪ ଗୁରୁତର ହୋଇଛନ୍ତି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
୩୬ ବର୍ଷ ପରେ ଭାରତରେ ଟେଷ୍ଟ୍ ଜିତିଲା ନ୍ୟୁଜିଲାଣ୍ଡ
ନ୍ୟୁଜିଲାଣ୍ଡର ସାଢ଼େ ତିନି ଦଶନ୍ଧି ତଳର ସ୍ବପ୍ନ ଶେଷରେ ପୂରଣ ହୋଇଛି। ବେଙ୍ଗାଲୁରୁର ବର୍ଷା ପ୍ରଭାବିତ ମୁକାବିଲାକୁ ୮ ୱିକେଟ୍ରେ ଜିତି କିୱି ବାହିନୀ ୧୯୮୮ ମସିହା ପରେ ପ୍ରଥମ ଥର ଭାରତରେ କୌଣସି ଏକ ଟେଷ୍ଟ୍ ଜିତିବାର ଗୌରବମୟ ସଫଳତା ଲାଭ କରିଛି।
ରାଜନୀତି
କଂଗ୍ରେସ ସରକାର ୨୦୨୮ ପର୍ଯ୍ୟନ୍ତ ଚାଲିବ ନାହିଁ, ମୁଁ ପୁଣି ମୁଖ୍ୟମନ୍ତ୍ରୀ ହେବି: ଏଚଡି କୁମାରସ୍ୱାମୀ
କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏକ ବାଡ଼ ଦାବି କରିଛନ୍ତି। ସେ କହିଛନ୍ତି ରାଜ୍ୟରେ କଂଗ୍ରେସ ସରକାର ୨୦୨୮ପର୍ଯ୍ୟନ୍ତ ଚାଲିପାରିବ ନାହିଁ। ଖୁବ ଶୀଘ୍ର ସରକାରଙ୍କର ପତନ ହେବାକୁ ଯାଉଛି। ମୁଁ ୨୦୨୮ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବି...
ଅପରାଧ
ବାଲିଅନ୍ତା ହାଟ ଭିତରେ ଯୁବକଙ୍କୁ ବିୟର ବୋତଲରେ ଆକ୍ରମଣକ; ଜଣେ ଅଟକ
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ହାଟରେ ଜମିଜମା ବିବାଦ କାରଣରୁ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ବିୟର ବୋତଲରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯୁବକ ଜଣଙ୍କ ସଦର ଥାନ କୁଆଇଁଲୋ ଗ୍ରାମର ବିଶ୍ଵନାଥ ରାଉତ।
ମନୋରଞ୍ଜନ
ଶିଶୁକନ୍ୟାର ମାତାପିତା ହେଲେ ୟୁବିକା-ପ୍ରିନ୍ସ
ଅଭିନେତା ପ୍ରିନ୍ସ ନରୁଲା ଏବଂ ଅଭିନେତ୍ରୀ ୟୁବିକା ଚୌଧରୀ ପିତାମାତା ହୋଇଛନ୍ତି | ପ୍ରିନ୍ସଙ୍କ ବାପା ଏହି ଖୁସି ଖବର ଦେଇଛନ୍ତି। ପ୍ରିନ୍ସ ନରୁଲା ଏକ ଝିଅର ପିତା ହୋଇଛନ୍ତି |