ଭୁବନେଶ୍ୱର: ଗ୍ରିଡ୍ ସଂଯୋଗ ନଥାଇ ସୌର ଶକ୍ତି ସମାଧାନ ପ୍ରଦାନ କରିବାର ଅଗ୍ରଣୀ ସଂସ୍ଥା ହେଉଛି ଗ୍ରିନ୍ଲାଇଟ୍ ପ୍ଲାନେଟ୍। ଏହା ବଜାରରେ ସନ୍ କିଙ୍ଗ୍ ବ୍ରାଣ୍ଡ୍ ନାମରେ ସୌର ଲଣ୍ଠନ ବିକ୍ରି କରୁଛି। ଏହାର ଉତ୍ପାଦ ଭାରତ ସମେତ ୬୦ଟି ଦେଶରେ ବିକ୍ରି ହେଉଛି। ବିଦ୍ୟୁତ ଶକ୍ତି ପହଞ୍ଚିନଥିବା କିମ୍ବା ଅଧିକାଂଶ ସମୟରେ ବିଦ୍ୟୁତ ରହୁନଥିବା ସ୍ଥାନଗୁଡ଼ିକ ପାଇଁ ଆମର ଉତ୍ପାଦ ବରଦାନ ସାବ୍ୟସ୍ତ ହୋଇଛି ବୋଲି କଂପାନି ପକ୍ଷରୁ ଦାବି କରାଯାଇଛି। କଂପାନି ପକ୍ଷରୁ ବିଭିନ୍ନ ପ୍ରକାର ସୌର ଲଣ୍ଠନ ବିକ୍ରି କରାଯାଉଛି। କିିଛି ମଡେଲ୍ କେବଳ ଆଲୋକ ପ୍ରଦାନ କରୁଥିବା ବେଳେ ଅନ୍ୟ କେତେକ ମଡେଲ୍ରେ ୟୁଏସ୍ବି ପୋର୍ଟ ରହିଛି ଯେଉଁଥିରେ ଲୋକମାନେ ନିଜ ମୋବାଇଲ୍ ଫୋନ୍ ଚାର୍ଜ କରିପାରୁଛନ୍ତି। ଆଉ କିଛି ମଡେଲ୍ରେ ରେଡିଓର ସୁବିଧା ମଧ୍ୟ ରହିଛି। ନିଜ ଉତ୍ପାଦଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପୋଲିନେଟ୍ ଏନର୍ଜି ଭଳି ବିଭିନ୍ନ ବିତରକଙ୍କୁ ନିଯୁକ୍ତି ଦେଇଛି। ଭାରତରେ କଂପାନି ଏହାର କାରବାରକୁ ୨୦୦୦ ବିକ୍ରି ଏଜେଣ୍ଟ୍ଙ୍କ ଜରିଆରେ ପରିଚାଳନା କରୁଛି। ଏହା ୧୦ ହଜାରରୁ ଅଧିକ ବିତରକଙ୍କୁ ନିଯୁକ୍ତି ଦେଇଛି। ଗ୍ରାହକମାନେ କିସ୍ତିରେ କଂପାନିର ସୌର ଲଣ୍ଠନ କିଣିପାରୁଛନ୍ତି।