ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିର ଭିମଟାଙ୍ଗିରେ ପ୍ରବାଦ ପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥୀରେ ରାଜ୍ୟ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ସାରା ରାଜ୍ୟରେ ବିଜେପିର ଏହି ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ଵିତ କରିବା ସହ ବ୍ୟାପକ କରାଯିବ । ‘ସଦସ୍ୟତା ସଂଗ୍ରହ ଅଭିଯାନ’ରେ ପ୍ରତି ବୁଥରେ ୫ଟି ଗଛ ଲଗାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟରେ ନୂତନ ସଦସ୍ୟତା କରାଯାଇ ବିଜେପିର ସଭ୍ୟ ସଂଖ୍ୟାକୁ ୫୦ ଲକ୍ଷରେ ପହଞ୍ଚାଯିବାର ଲକ୍ଷ୍ୟ ରଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଗୋଟିଏ ଟିମ୍ ଗୋଟିଏ ଲକ୍ଷ୍ୟ ରଖି ସଦସ୍ୟତା ଅଭିଯାନକୁ ସଫଳ କରାଇବାର ସଂକଳ୍ପ ନିଆଯାଇଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବୋଲି କହିଛନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୧୬୪୯ ବୁଥରେ ସଦସ୍ୟତା ଅଭିଯାନକୁ ଆଗକୁ ନେବାସହ ସମସ୍ତ ବର୍ଗର ଲୋକମାନଙ୍କୁ ବିଜେପି ସହ ଯୋଡାଯିବ ।
ଚଳିତ ବର୍ଷ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏଥି ସହ ନିଜ ମୋବାଇଲ ନମ୍ବରରୁ ‘୮୯୮୦୮୦୮୦୮୦’ ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ। ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ । ନରେନ୍ଦ୍ର ମୋଦି ଆପକୁ ଯାଇ ମଧ୍ୟ ସାଧାରଣ ଲୋକ ସଦସ୍ୟତା ନେଇ ପାରିବେ । ଟୁଇଟର ଏବଂ ୱେବସାଇଟ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିହେବ ।