ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ
ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ ପାକିସ୍ତାନୀକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯେତିକି ତଳକୁ ଖସିବ ଭାରତ ସେତେ ଉପରକୁ ଉଠିବ। ପାକିସ୍ତାନ ଏହାଦ୍ବାରା ଅଧିକ କ୍ଷତିଗ୍ରସ୍ତ ହେବ ଏବଂ ଭାରତ ଉପର ସୋପାନରେ ପହଞ୍ଚିବ ।
ଆକବରଉଦ୍ଦିନ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ କେତେ ଉଚ୍ଚକୁ ଉଡ଼ିପାରିବ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁପାକ୍ଷିକ ଏବଂ ଦ୍ଵିପାକ୍ଷିକ ବ୍ୟବସ୍ଥା ବୈଠକରୁ ସହଜରେ ଜଣାପଡ଼ିଛି। ଭାରତ ପୂର୍ବରୁ ମଧ୍ୟ ଉପରକୁ ଉଠି ଏଭଳି ଉଦାହରଣ ସୃଷ୍ଟି କରିସାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ ଆହୁରି ମଧ୍ୟ କହିଛନ୍ତି ‘ଆମେ ମେନଷ୍ଟ୍ରିମ ଟେରୋରିଜିମ୍ ଦେଖିଛୁ ଏବେ ପାକିସ୍ତାନ ମେନଷ୍ଟ୍ରିମ୍ ହେଟ ସ୍ପିଚ୍ ଦେଇପାରେ। ବୈଶ୍ଵିକ ପ୍ଲାଟଫର୍ମରେ ଗୋଟିଏ ରାଷ୍ଟ୍ର କିଭଳି ନିଜକୁ ଉପସ୍ଥାପନ କରିବ ତାହା ଚିନ୍ତା କରିବା ଉଚିତ୍। କିଛି ଦେଶ ନିଜ କଥା ରଖିବା ପାଇଁ ତଳକୁ ଖସିପାରେ, କିନ୍ତୁ ଆମ ସ୍ତର ଉପରକୁ ଉଠିବ ବୋଲି ଆମର ଆଶା ରହିଛି। ଆପଣ ଯେତିକି ତଳକୁ କସିବେ ଆମେ ସେତିକି ଉପରକୁ ଉଠିବୁ।’
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେପ୍ଟେମ୍ବର ୨୭ରେ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଯାଉଥିବା ହେତୁ ଏଭଳି କଥା କହିଛନ୍ତି ସୟଦ ଆକବରଉଦ୍ଦିନ।