ପୁଲିସ ନିକଟରେ ଆତ୍ମସମର୍ପଣ କଲା ନର୍ସ ନିହାରିକାଙ୍କ ବୟଫ୍ରେଣ୍ଡ

ଭୁବନେଶ୍ବର: ନର୍ସ ନିହାରିକା ମୃତ୍ୟୁ ମାମଲାରେ ଆସିଲା ନୂଆମୋଡ । ପୁଲିସ ନିକଟରେ ଆତ୍ମସମର୍ପଣ କଲା ନିହାରିକାଙ୍କ ବୟଫ୍ରେଣ୍ଡ । ଜଗତସିଂହପୁର ବିରିଡି ଥାନାରେ ନିଜେ ଆସି ଧରାଦେଲା ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା । ନିହାରିକା ମୃତ୍ୟୁ ପରଠାରୁ ରାଜା ଫେରାର ଥିଲା । ଗତ ଦୁଇ ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନର୍ସ ନିହାରିକାଙ୍କ ମୃତଦେହ ମିଳିଥିଲା । ନର୍ସ ନିହାରିକାଙ୍କ ଗାଁ ଭିଙ୍ଗାରପୁରରେ ବୋଲି ଜଣାଯାଇଛି।

ହାତ ଗୋଡ଼ ବନ୍ଧା ହୋଇ ଏକ ଅଖା ଭିତରୁ ନିହାରିକାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।  କଟକର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସଭାବେ କାମ କରୁଥିଲେ ନିହାରିକା । ମୃତଦେହ ମିଳିବା ପରେ ତାଙ୍କ ପ୍ରେମିକ ଉପରେ ପୁଲିସର ସନ୍ଦେହ ବଢିଥିଲା । ଆଉ ଶେଷରେ ଆଜି ପୁଲିସ ପାଖରେ ଆତ୍ମସମର୍ପଣ କରିଛି ରାଜା । ରାଜା ଆତ୍ମସମର୍ପଣ କରିବା ପରେ ମୃତ୍ୟୁ ଉପରୁ ଗୁମର ଫିଟିବ ବୋଲି କୁହାଯାଉଛି ।

 

ସମ୍ବନ୍ଧିତ ଖବର