ନଭେମ୍ବର ୧୦ରେ କର୍ତ୍ତାରପୁର କରିଡର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ !
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୮ ତାରିଖ ଦିନ କର୍ତ୍ତାରପୁର କରିଡରର ଉଦଘାଟନ କରିବେ । ଟ୍ୱିଟର ଜରିଆରେ ଏହି ଖବର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରସିମ୍ରତ୍ କୌର ବାଦଲ୍ । ପଞ୍ଜାବର ଗୁରୁଦାସପୁରସ୍ଥିତ ଡେରା ବାବା ନାନକ ଗୁରୁଦ୍ୱାରା ସହ ପାକିସ୍ତାନରେ ଥିବା ଦରବାର ସାହିବ ଗୁରୁଦ୍ୱାରାକୁ ସଂଯୋଗ କରୁଥିବା କର୍ତ୍ତାରପୁର କରିଡର ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ ବୋଲି ସେ ଟ୍ୱିଟ୍ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରମନ୍ତ୍ରୀ ବାଦଲ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଗୁରୁ ନାନକଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ କର୍ତ୍ତାରପୁର କରିଡର ଉଦଘାଟନ କରି ଇତିହାସ ରଚିବାକକୁୁ ଯାଉଛନ୍ତି। ଗଣମାଧ୍ୟମକୁ ବାଦଲ୍ କହିଛନ୍ତି ଯେ ନଭେମ୍ବର ୮ରେ ଏହାର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ସୁଲତାନପୁର ଲେଧିଠାରେ ପୂଜାର୍ଚ୍ଚନା କରିବେ । ଏହାର ୩ ଦିନ ପରେ ଅର୍ଥାତ ନଭେମ୍ବର ୧୧ ତାରିଖ ଦିନ ଗୃହମନ୍ତ୍ରୀ ଅମିତ ଶାହ ସେଠାକୁ ଗସ୍ତ କରିବେ ଓ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମଞ୍ଚରେ ଯୋଗ ଦେବେ । ଏହାର ଦିନକ ପରେ ଅର୍ଥାତ୍ ନଭେମ୍ବର ୧୨ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସେଠାକୁ ଗସ୍ତ କରିବେ ।
ଉଲ୍ଲେଖ୍ୟଯୋଗ୍ୟ କି ଅକ୍ଟୋବର ୧୦ ତାରିଖ ଦିନ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା କି କର୍ତ୍ତାରପୁର କରିଡର ଉଦଘାଟନ ଲାଗି କୌଣସି ତାରିଖ ସ୍ଥିର ହୋଇନାହିଁ । ପାକ୍ ବୈଦେଶିକ ମନ୍ତ୍ରୀଙ୍କ ମୁଖପାତ୍ର ମହମ୍ମଦ ଫୈଜଲ୍ ଏଥିଲାଗି ତାରିଖ ସ୍ଥିର ହୋଇ ନାହିଁ ବୋଲି ସୂଚନା ଦେଇଥିଲେ ।