ପୁନେ ଟେଷ୍ଟ: ଭାରତକୁ ହତାଶ କଲେ ଟେଲ ଏଣ୍ଡର୍ସ, ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକା ୨୭୫ ରନ୍‌ରେ ଅଲଆଉଟ୍‌

ପୁନେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୁନେରେ ଜାରି ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଶନିବାର ଉଭୟ ଟିମ ଭଲ ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଦିନ ଶୁକ୍ରବାର ଭାରତ ୬୦୧ ରନ୍‌ରେ ପାଳି ଘୋଷଣା କରିବା ପରେ କେବଳ ୩୬ ରନ୍‌ରେ ଅତିଥି ଟିମ୍‌ ୩ଟି ଓ୍ଵିକେଟ ହରାଇଥିଲା। ଏଥିରୁ ଅନୁମାନ କରାଯାଉଥିଲା ଯେ, ଦକ୍ଷିଣ ଆଫ୍ରିକାକୁ ୨୦୦ ରନ୍‌ ସଂଗ୍ରହ କରିବା ପାଇଁ ଅଡୁଆ ହୋଇଯିବ।

ତୃତୀୟ ଦିନର ପ୍ରଥମ ଅଧିବେଶନରେ ଭାରତୀୟ ବୋଲର ୧୦୦ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ନେଇଥିଲେ। ମାତ୍ର ଏହା ପରେ ଦକ୍ଷିଣ ଆଫ୍ରିକା ୨ଟି ଓ୍ଵିକେଟ ହରାଇବା ପରେ ଟେଲ ଏଣ୍ଡର୍ସ ଭାରତର ବୋଲରଙ୍କୁ ହତାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ୍‌ ହରାଇବା ପୂର୍ବରୁ ୨୭୫ ରନ୍‌ ସଂଗ୍ରହ କରିଛି।

କେଶବ ମହାରାଜ ଓ ଫିଲିଣ୍ଡର ନବମ ଓ୍ଵିକେଟ ପାଇଁ ୧୦୯ ରନ୍‌ ଯୋଡ଼ିଥିଲେ। ଫଳରେ ଭାରତୀୟ ବୋଲରମାନେ ହତାଶ ହୋଇଯାଇଥିଲେ। ଉଭୟ ବ୍ୟାଟସ୍‌ମ୍ୟାନ ଦଳର ସ୍କୋରକୁ ୨୭୧ ରନ୍‌ରେ ପହଞ୍ଚାଇଥିଲେ। ଏହା ପରେ କାଗିସୋ ରବାଦାଙ୍କୁ ରବିଚନ୍ଦ୍ରନ ଅଶ୍ୱିନ ଏଲବିଡବ୍ଲୁ କରିଥିଲେ।

ସମ୍ବନ୍ଧିତ ଖବର