ଚର୍ଚ୍ଚାରେ ଚୀନର ଚା’ ପାତ୍ର ସ˚ଗ୍ରହାଳୟ, ଜାଣନ୍ତୁ ଏହାର ଇତିହାସ
ବିଶ୍ବର ବୃହତ୍ତମ ଚା’ ପାତ୍ର ଆକୃତିର ସ˚ଗ୍ରହାଳୟ ରହିଛି ଚୀନର ମେଇତାନ୍ରେ; ଉଚ୍ଚତା ୭୩.୮ ମିଟର୍। ପାଞ୍ଚ ହଜାର ବର୍ଗ ମିଟର୍ ପରିମିତ ସ୍ଥାନରେ ସଂଗ୍ରହାଳୟଟି ନିର୍ମିତ। ମେଇତାନ୍, ଚାଇନିଜ୍ ସବୁଜ ଚାହାର ଜନ୍ମସ୍ଥାନ। ଏଠାକାର ସବୁଜ ଚା’ ସମଗ୍ର ଚୀନରେ ବେଶ୍ ଲୋକପ୍ରିୟ। ଏଣୁ, କିଛି ବର୍ଷ ତଳେ ଚା’ ସ˚ସ୍କୃତି ଉପରେ ଏଠାରେ ସ˚ଗ୍ରହାଳୟଟିଏ ସ୍ଥାପନ କରିବା ପାଇଁ ଚିନ୍ତା କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଚା’ ସ˚ପର୍କିତ ନାନା ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେଉଛି। ଅଣ-ଚାଇନିଜ୍ଙ୍କ ପାଇଁ ସ˚ଗ୍ରହାଳୟଟି ଏକ ଅପୂର୍ବ ସ୍ଥାପତ୍ୟ। ସ˚ଗ୍ରହାଳୟଟି ଦେଖିବାକୁ ଏକ ବିଶାଳ ଚା’ ପାତ୍ର ପରି। ଏହାର ଭିତର ପାଖର ବ୍ୟାସ ୨୪ମିଟର୍। ଏହା ଭିତରେ ଅଛି, ୨୮,୩୬୦ ଘନ ମିଟର୍ ଖାଲି ସ୍ଥାନ।