କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ଅଫଲାଇନ୍ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଭଳି ୭ଟି ଜିଲ୍ଲାର ୯ଟି କେନ୍ଦ୍ରରେ ଉତ୍ତର ଖାତା ଦେଖାଚାଲିଛି। ଖାତା ଦେଖା ପାଇଁ ୧୫ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଶିକ୍ଷକ ଆଜି ଅନୁପସ୍ଥିତ ଥିଲେ। ତାଙ୍କ ସ୍ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ସ୍ପଟ୍ ଶିକ୍ଷକଙ୍କୁ ଖାତା ଦେଖା ପାଇଁ ନିୟୋଜିତ କରାଯାଇଛି। ଆଜିଠାରୁ ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ ତାରିଖ ସୁଦ୍ଧା ଏହାକୁ ଶେଷ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷାଫଳ ଚଳିତମାସ ୨୨ ତାରିଖରେ ପ୍ରକାଶ କରିବାକୁ ବୋର୍ଡ ସ୍ଥିର କରିଥିବା ସୂଚନା ରହିଛି। ବୋର୍ଡ ପକ୍ଷରୁ ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା ଶେଷ ହୋଇଥିଲା। ଏଥିପାଇଁ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।